ଆପ୍ ସାଂସଦ ସଂଜୟ ସିଂହଙ୍କ ଘରେ ଇଡି ରେଡ୍, ଦିଲ୍ଲୀ ବାସଭବନରେ ଚାଲିଛି ଚଢାଉ
4/10/2023 at 8:33 AM

ନୂଆଦିଲ୍ଲୀ ୦୪।୧୦ : ଆପ୍ ସାଂସଦଙ୍କ ଘରେ ଇଡି ରେଡ୍ । ଆମ୍ ଆଦମୀ ପାର୍ଟିର ସାଂସଦ ସଂଜୟ ସିଂହଙ୍କ ପ୍ରବତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ୍ କରାଯାଇଛି । ଏହି ଚଢାଉରେ ଇଡିରେ ଅନେକ ବରିଷ୍ଠ ଅଧିକାରୀ ସାମିଲ ଥିବା ଜଣାପଡିଛି ।
#WATCH | Visuals from outside AAP Rajya Sabha MP Sanjay Singh's residence
— ANI (@ANI) October 4, 2023
ED raids underway at the residence of AAP Rajya Sabha MP Sanjay Singh pic.twitter.com/k6FRDjY12S
ଖବର ଅନୁଯାୟୀ, ଦିଲ୍ଲୀର ବିବାଦୀୟ ମଦ ନୀତିରେ ଚାର୍ଜସିଟ୍ ଦାଖଲ ହୋଇଛି । ଆଉ ଏଥିରେ ସାଂସଦ ସଂଜୟ ସିଂହଙ୍କ ନାଁ ମଧ୍ୟ ରହିଛି । ତେବେ ଏହି ବିବାଦୀୟ ମଦ ନୀତିକୁ ନେଇ ସଂଜୟ ସିଂହଙ୍କ ନିକଟତର ଲୋକଙ୍କ ଘରେ ମଧ୍ୟ ରେଡ୍ କରିଥିଲା ଇଡି । ଆଉ ଏହିକ୍ରମରେ ବୁଧବାର ଦିନ ଆପ୍ ସାଂସଦ ସଂଜୟ ସିଂହଙ୍କ ଘରେ ମଧ୍ୟ ଚଢାଉ କରୁଛି । ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲୁ ରହିଛି ଚଢାଉ । ସକାଳ ୭ଟାରୁ ଆରମ୍ଭ ହୋଇଥିଲା ରେଡ୍ । ତେବେ ଇଡି ରେଡ୍ ନେଇ ସଂଜୟ ସିଂହ ନିଜେ ଗଣମାଧ୍ୟମକୁ ଜଣାଇଛନ୍ତି । ଏହାପୂର୍ବରୁ ଚଳିତ ବର୍ଷ ମେ ମାସ ମଧ୍ୟରେ ସଂଜୟ ସିଂହଙ୍କ ଘରେ ଇଡି ରେଡ୍ କରିଥିଲା ।
ସେପଟେ ଇଡି ରେଡ୍ କରିବା ଫଳରେ ସାଂସଦ ସଂଜୟ ସିଂହଙ୍କ ତାଇଓ୍ୱାନ ଗସ୍ତ ବାତିଲ କରାଯାଇଥିବା ସୂଚନା ମିଳିଛି । ମହିଳା ସଶକ୍ତିକରଣ ନାମକ ଏକ କାର୍ଯ୍ୟକ୍ରମରେ ସଂଜୟ ସିଂହ ଯୋଗଦେବାର ଥିଲା । କିନ୍ତୁ ଇଡି ଏହି ଚଢାଉ ଫଳରେ ସଂଜୟ ସିଂହଙ୍କୁ ଆଉ ତାଇଓ୍ୱାନ ଯିବାକୁ ଅନୁମତି ମିଳିନାହିଁ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ସଂଜୟ ସିଂହ ଲଗାତର ଭାବେ ଇଡି ଓ ସିବିଆଇର ନଜରରେ ରହିଛନ୍ତି । ତାଙ୍କର ଅଭିଯୋଗ ଯେ, କେନ୍ଦ୍ର ସରକାର ଲଗାତର ଭାବେ ମୋ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଙ୍କୁ ଲଗାଇଛନ୍ତି । ବିରୋଧୀ ନେତାଙ୍କୁ ଚୁପ୍ କରିବାକୁ ଏହା ଏକ ଷଡଯନ୍ତ୍ର । ସେହିପରି ଆମ୍ ଆଦମୀ ପାର୍ଟ ମଧ୍ୟ ସମାନ ଅଭିଯୋଗ ଆଣିଛି । ପୂର୍ବରୁ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଦ ନୀତି ଦୁର୍ନୀତିରେ ଜେଲ୍ରେ ଅଛନ୍ତି ।