ପୁଣି ପଶ୍ଚିମବଙ୍ଗରେ ଇଡିର ରେଡ୍, ବ୍ୟବସାୟୀଙ୍କ ଘରୁ ଜବତ ହେଲା ୧୨ କୋଟିର ନଗଦ କ୍ୟାସ୍
10/09/2022 at 4:36 PM

କୋଲକାତା, ୧୦/୦୯: ପୁଣି ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍ । ଶନିବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଇଡି । ମିଳିଥିବା ସୂଚନା ଅନୁସାରେ କୋଲକାତାର ଗାର୍ଡେନ୍ରିଚ୍ ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ ଛାପା ମାରିଛି ବିଭାଗ । ଏହି ସମୟରେ ପାଖାପାଖି ୧୨ କୋଟି ନଗଦ କ୍ୟାସ୍ ଜବତ କରିଯାଇଛି । ନୋଟ ଗଣିବା ପାଇଁ ୮ ମେସିନ୍ ସହ ବ୍ୟାଙ୍କ ଅଧିକାରୀ ନିୟୋଜିତ ରହିଛନ୍ତି । ଇଡିର ଟିମ୍ କୋଲକତାର ୬ ଟି ଜାଗାରେ ଚଢ଼ାଉ କରିଥିବା ଜଣାପଡ଼ିଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋବାଇଲ୍ ଗେମିଂ ଆପ୍ଲିକେସନ୍ ସହ ସମ୍ବନ୍ଧୀୟ ଏକ ଅର୍ଥ ହେରଫେର ମାମଲାରେ ଶନିବାର କୋଲକାତାର ୬ଟି ସ୍ଥାନରେ ଗୋଟିଏ ସମୟରେ ଚଢ଼ାଉ କରିଛି । ଅମୀର ଖାନ୍ ନାମକ ଜଣେ ବ୍ୟକ୍ତି କିଛି ସମୟ ପୂର୍ବରୁ ଇ-ନଗେଟ୍ସ ନାମକ ଏକ ମୋବାଇଲ୍ ଗେମିଂ ଆପ୍ର ଲଞ୍ଚ କରିଥିଲେ । ଯାହାକି ଲୋକଙ୍କୁ ଧୋକା ଦେବା ଉଦ୍ଦେଶ୍ୟରେ ଡିଜାଇନ୍ କରାଯାଇଥିଲା । ଏହାକୁ ମାଧ୍ୟମ କରି ସେ ପ୍ରଥମେ ବ୍ୟବହାରକାରୀଙ୍କ ବିଶ୍ୱାସ ଜିତିଥିଲା । ଏହାପରେ ଲୋକେ ବହୁତ ମାତ୍ରାରେ ଏହି ଆପ୍ରେ ଟଙ୍କା ନିବେଶ କରିବା ଆରମ୍ଭ କରିଦେଇଥିଲେ ।
ଲୋକଙ୍କ ଠାରୁ ଭଲ ରକମର ଟଙ୍କା ଅସୁଲ୍ କରିବା ପରେ ଅଚାନକ କିଛି ବାହାନା କରି ଏହି ଆପ୍କୁ ପ୍ରତ୍ୟାହାର କରିନେଇଥିଲା । ପରେ ଆପ୍ଲିକେସନ୍ର ପ୍ରୋଫାଇଲ୍ ସହିତ ସମସ୍ତ ଡାଟା ସର୍ଭରୁ ଗାଏବ୍ କରିଦେଇଥିଲା । ଏହାପରେ ବ୍ୟବହାରକାରୀ ସବୁ ବୁଝିପାରିଥିଲେ । ଅଭିଯୁକ୍ତ ଅମୀର ବିରୋଧରେ କୋଲକାତା ପୋଲିସ୍ ଆଇପିଏସିର ଧାରା ୪୨୦, ୪୦୬, ୪୦୯, ୪୬୮, ୪୬୯, ୪୭୧, ୩୪ରେ ମାମଲା ରୁଜୁ କରିଛି ।