ହୀରାନନ୍ଦାନୀ ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟାଳୟରେ ଇଡି ରେଡ୍‌, ଫେମା ଉଲ୍ଲଘଂନ ନେଇ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ: ରିୟଲ ଇଷ୍ଟେଟ ଡେଭଲପର୍ସ ହୀରାନନ୍ଦାନୀ ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟାଳୟରେ ଇଡି ରେଡ୍‌। ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇର ଏହି ନାମୀ ଗ୍ରୁପ୍‌ ଉପରେ ଫେମା ଉଲ୍ଲଘଂନକୁ ନେଇ ରେଡ୍‌ କରିଛି । ଯାଞ୍ଚ ଏଜେନ୍ସୀ କଥିତ ବିଦେଶୀ ମୁଦ୍ରା ଉଲ୍ଲଘଂନ ମାମଲାରେ କିଛି ସୂଚନା ମିଳିଥିଲା। ଯାହା ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ମାମଲା ଟିଏମସି ନେତା ମହୁଆ ମୋଇତ୍ରଙ୍କ ସହ ସଂଶ୍ଲିଷ୍ଟ ନୁହେଁ। ଏହା ପୂର୍ବରୁ ୨୦୨୨ରେ ଇଡି ଟିମ୍‌ ହୀରାନନ୍ଦାନୀ ଗ୍ରୁପ୍‌ର ୨୪ଟି ଠିକଣାରେ ରେଡ୍‌ କରିଥିଲେ। ସେତେବେଳେ ମଧ୍ୟ ଆର୍ଥିକ ଘୋଟାଲା ଅଭିଯୋଗରେ ରେଡ୍‌ ହୋଇଥିଲା।

ଆହୁରି ପଢ଼ନ୍ତୁ: ବଢିଲା ବାୟଜୁସ ସମସ୍ୟା! EGM ପୂର୍ବରୁ ରବିନ୍ଦ୍ରନଙ୍କ ଉପରେ ଅଙ୍କୁଶ କଷିଲେ ED, ଲୁକଆଉଟ୍ ନୋଟିସ୍ ଦାବି

ସୂଚନାଥାଉକି, ନିରଞ୍ଜନ ହୀରାନନ୍ଦାନୀ ଏବଂ ସୁରେନ୍ଦ୍ର ହୀରାନନ୍ଦାନୀ ୧୯୭୮ରେ ହୀରାନନ୍ଦାନୀ ଗ୍ରୁପ୍‌ର ସ୍ଥାପନା କରିଥିଲେ। ଯାହାର ମୁଖ୍ୟାଳୟ ମୁମ୍ବାଇରେ ରହିଛି। ଏହି ବ୍ୟବସାୟିକ ଗ୍ରପ୍‌ ଭାରତ ସବୁଠୁ ବଡ଼ ରିୟଲ ଇଷ୍ଟେଟ ଡେଭେଲପର୍ସ ମଧ୍ୟରୁ ଗୋଟିଏ। ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ହାଇଦ୍ରାବାଦରେ ହୀରାନନ୍ଦାନୀ ଗ୍ରୁପ୍‌ର ରିୟଲ ଇଷ୍ଟେଟ୍‌ ପ୍ରୋଜେକ୍ଟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.