ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ED ରେଡ, ଅର୍ଥ ଅନିୟମିତତା ନେଇ ଏକାସଂଗେ ୫ସ୍ଥାନରେ ଚଢାଉ

Published By : Prameya-News7 Bureau | March 01, 2024 IST

ରାଉରକେଲା ୦୧/୦୩: ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ପରିପ୍ରେକ୍ଷୀରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ED ରେଡ । ଚାଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କାଦମା । ଅଜୟଙ୍କ Kadmawala Insolvency ଉପରେ ଚଢାଉ ହୋଇଛି ।

ବିଶ୍ରାଡାହାର କାର୍ଯ୍ୟାଳୟ ସହ ବାସଭବନ ବି ରେଡ ହୋଇଛି । ତେବେ ଅର୍ଥ ଅନିୟମିତତା ନେଇ ED ଏକାସଂଗେ ପାଞ୍ଚ ସ୍ଥାନରେ ରେଡ କରାଯାଇଛି । ରାଉରକେଲା କଚେରି ରୋଡରେ ଥିବା ଦୁଇଟି କାର୍ଯ୍ୟାଳୟ, ରାଉରକେଲା ବିଶ୍ରାମ ଡାହାରରେ ଥିବା ଘର ସହ ବଡବିଲ ସହ ଭୁବନେଶ୍ୱରରେ ରେଡ ହୋଇଛି ।

ସୂଚନା ଥାଉକି, ବହୁ ଚର୍ଚ୍ଚତ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ କାର୍ପଟଦାର ଦୀପକ ଗୁପ୍ତା ଏବଂ ତାଙ୍କର ଚାଟାର୍ଡ ଆକାଉଣ୍ଟଟାଣ୍ଟଙ୍କ ବିଭିନ୍ନ ଠିକଣାରେ ED ରେଡ୍ । ଖଣି ଦୁର୍ନୀତି ସଂପର୍କୀତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ବର, ରାଉରକେଲା, ବଡ଼ବିଲ ଏବଂ କୋଲକାତାରେ ଏକା ସାଙ୍ଗରେ ଚଢ଼ାଉ ହୋଇଥିବା ସୂଚନା ରହିଛି ।

ଦୀପକ ଗୁପ୍ତାଙ୍କ ବଡ଼ବିଲ ମହାନ୍ତ ବସ୍ତି ସ୍ଥିତ ବାସ ଭବନ ଏବଂ ଧୋବି ହତିଂ ନିକଟସ୍ଥ କାର୍ଯ୍ୟାଳୟରେ ED ରେଡ୍ ଜାରୀ ରହିଛି । ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟରେ ଚଢ଼ାଉ କରି ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ରେକର୍ଡ ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଉଲିବୁରୁ ଖଣିରେ ବେଆଇନ ଖଣି ଖନନ ନେଇ  ୧,୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ୨୦୧୩ ସେପ୍ଟେମ୍ବରରେ ଦୀପକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ଦୀପକ୍‌ ଗୁପ୍ତା ଏବଂ ତାଙ୍କ ପରବାରର ୪ ଜଣ ସଦସ୍ୟ, ମୂଳ ଲିଜ୍‌ଧାରୀ ବି.କେ.ମହାନ୍ତିଙ୍କ ସମେତ ୨୫ ଜଣଙ୍କ ବିରୋଧରେ ଭିଜିଲାନ୍‌ସ୍‌ ପକ୍ଷରୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନସ୍‌ ଅଦାଲତରେ ଚାର୍ଜସିଟ୍‌ ମଧ୍ୟ ଦାଖଲ୍‌ କରାଯାଇଥିଲା।

you can also read...

wp:embed {"url":"https://www.prameyanews7.com/ed-raid-at-bhandaripokhari-bjd-mlas-house/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ed-raid-at-bhandaripokhari-bjd-mlas-house/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.