ED ସ୍କାନରରେ BYJU’s ସିଇଓ, କାର୍ଯ୍ୟାଳୟ ସମେତ ଘରେ ରେଡ୍
29/04/2023 at 2:04 PM

ନୂଆଦିଲ୍ଲୀ ୨୯/୪: ଭାରତୀୟ ବହୁରାଷ୍ଟ୍ରୀୟ ଶିକ୍ଷା ପ୍ରଯୁକ୍ତିବିଦ୍ୟା କମ୍ପାନୀ BYJU ର ସିଇଓ ରବୀନ୍ଦ୍ରନ୍ ବିଜୁଙ୍କ ଅଡୁଆ ବଢିଲା । ରବୀନ୍ଦ୍ରଙ୍କ ବେଙ୍ଗାଲୁରୁ ସ୍ଥିତ କାର୍ଯ୍ୟାଳୟ ଏବଂ ବାସଗୃହରେ ଘର ରେଡ୍ଉ କରିଛି ED । ଚଢାଉ କରି ସେଠାରୁ ‘ଆପତ୍ତିଜନକ’ ଡକ୍ୟୁମେଣ୍ଟ୍ ଏବଂ ଡିଜିଟାଲ୍ ତଥ୍ୟ ଜବତ କରିଛି ED । ଇଡି ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ଅନୁଯାୟୀ ତିନୋଟି ସ୍ଥାନରେ ଏହି ଚଢାଉ କରାଯାଇଥିଲା ।
ED conducts searches at office, residence of Byju's CEO Raveendran
— ANI Digital (@ani_digital) April 29, 2023
Read @ANI Story | https://t.co/qWIhu8uZ7I#ED #Byjus #Bengaluru #Karnataka pic.twitter.com/D8P1JfnyDY
ବିଜୁ ରବୀନ୍ଦ୍ରନ୍ ଏବଂ ତାଙ୍କ କମ୍ପାନୀ ଥିଙ୍କ୍ ଆଣ୍ଡ୍ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡ୍ ପରିସରରେ ଏହି ଚଢାଉ କରାଯାଇଥିଲା । ଇଡି କହିଛି ଯେ କିଛି ଲୋକଙ୍କଠାରୁ ଆସିଥିବା ‘ବିଭିନ୍ନ ଅଭିଯୋଗ’ ଆଧାରରେ ଏହି ପଦକ୍ଷେପ ନିଆଯାଇଛି । ଅନୁସନ୍ଧାନକାରୀ ସଂସ୍ଥା ଅଭିଯୋଗ କରିଛି ଯେ ରବୀନ୍ଦ୍ରନ୍ ବିଜୁଙ୍କୁ ପୂର୍ବରୁ ସମନ ପଠାଯାଇଥିଲା । କିନ୍ତୁ ସେ ଏହାକୁ ଏଡାଇ ଚାଲିଥିଲେ । ବାରମ୍ୱାର ନିର୍ଦ୍ଦେଶ ସତ୍ତ୍ୱେ ସେ ଇଡି ଆଗରେ ହାଜର ହୋଇନଥିଲେ ।