ED ଅଫିସ୍ ପହଞ୍ଚି ସାରିଛନ୍ତି ରିୟା ଏବଂ ତାଙ୍କ ପରିବାର : ସମ୍ପତ୍ତି ଏବଂ ସୁଶାନ୍ତଙ୍କ ଟଙ୍କାକୁ ନେଇ ଚାଲିଛି ପଚରାଉଚୁରା

Published By : Prameya-News7 Bureau | August 10, 2020 IST

ମୁମ୍ବାଇ ୧୦/୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଇଡି ଅଫିସ୍ ପହଞ୍ଚି ସାରିଛନ୍ତି। ସେଠାରେ ତାଙ୍କୁ ଦ୍ବିତୀୟ ଥର ପଚରାଉଚୁରା ଚାଲିଛି। ରିୟା ନିଜ ବାପା ଏବଂ ଭାଇଙ୍କ ସହ ଇଡି ଅଫିସ୍ ପହଞ୍ଚିଛନ୍ତି। ରିୟାଙ୍କୁ ସୁଶାନ୍ତଙ୍କ ଟଙ୍କାକୁ ନେଇ ପ୍ରଶ୍ନ ପଚରାଯିବ। ଇଡି ରିୟାଙ୍କୁ ନିଜ ଖର୍ଚ୍ଚର ପ୍ରମାଣ ଦେବା ପାଇଁ ଡକ୍ୟୁପମେଣ୍ଟ ମଧ୍ୟ ମଗାଇଛି। ସେହିପରି ସୁଶାନ୍ତଙ୍କ ଏକ୍ସ ବିଜେନେସ୍ ମ୍ୟାନେଜର ଶୃତି ମୋଦି ମଧ୍ୟ ଇଡି ଅଫିସରେ ଅଛନ୍ତି। ତାଙ୍କୁ ମଧ୍ୟ ପଚରାଉଚୁରା ଚାଲିଛି।

{"id":312364,"sizeSlug":"large"}

ଇଡି ରିୟାଙ୍କୁ ତାଙ୍କ ଗତ ୨ବର୍ଷର ଇନଭେଷ୍ଟମେଣ୍ଟ ବିଷୟରେ ପଚରାଉଚୁରା କରିବ। ଇଡିକୁ ସନ୍ଦେହ ହେଉଛି ଯେ କିଛି ଇନଭେଷ୍ଟମେଣ୍ଟ ଏପରି ରହିଛି ଯାହା ବିଷୟରେ ଯାଞ୍ଚ ଏଜେନ୍ସିକୁ ସୂଚନା ଦିଆଯାଇନାହିଁ। ରିୟାଙ୍କୁ ଖାର ସମ୍ପତ୍ତି ବିଷୟରେ ମଧ୍ୟ ପ୍ରଶ୍ନ ପଚରାଯିବ। ସୁଶାନ୍ତଙ୍କ ଆକାଉଣ୍ଟରୁ ରିୟାଙ୍କୁ ଟ୍ରାନ୍ସଫର ହୋଇଥିବା ଟଙ୍କା ଖର୍ଚ୍ଚର ପ୍ରମାଣ ମଧ୍ୟ ଇଡି ମାଗିବ।

{"id":312365,"width":593,"height":333,"sizeSlug":"large"}

ସୂଚନା ଅନୁଯାୟୀ,ପ୍ରଥମ ହାଜିରାରେ ରିୟା ଇଡିର ପ୍ରଶ୍ନର ଠିକଭାବେ ଉତ୍ତର ଦେଇ ପାରିନଥିଲେ। ଇଡି ରିୟାଙ୍କୁ ବ୍ୟାଙ୍କ ଟ୍ରାଞ୍ଜାକ୍ସନ,ଖର୍ଚ୍ଚ,ସୋର୍ସ ଅଫ ଇନକମକୁ ନେଇ ଯାହା ସବୁ ପ୍ରଶ୍ନ ପଚାରିଥିଲା ରିୟା କିଛିର ଯଥାର୍ଥ ଉତ୍ତର ଦେଇ ପାରିନଥିଲେ। ନିଜ ଖର୍ଚ୍ଚକୁ ନେଇ ରିୟା କୌଣସି ଦସ୍ତାବିଜ କିମ୍ବା ପ୍ରମାଣ ଇଡି ସାମନାରେ ରଖି ପାରିନଥିଲେ। ଇଡି ରିୟାଙ୍କୁ ଅନେକ କଡ଼ା ପ୍ରଶ୍ନ ପଚାରିଥିଲା।

{"id":312370,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.