ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ରାହୁଲଙ୍କୁ ପାଖାପାଖି ୮ ଘଣ୍ଟା ଜେରା କଲା ଇଡି, ପୁଣି ମଙ୍ଗଳବାର ହାଜର ହେବାକୁ କହିଲା ଏଜେନ୍ସି

13/06/2022 at 11:28 PM

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାମ୍ନାରେ ହାଜର ହୋଇଛନ୍ତି । ଇଡି ପାଖାପାଖି ଆଠ ଘଣ୍ଟା ରାହୁଲଙ୍କୁ ପଚରା ଉଚୁରା କରିଛି । ରାହୁଲ ପୂର୍ବାହ୍ନ ୧୧ଟା ୧୦ରେ ଏପିଜେ ଅବଦୁଲ କଲାମ ରୋଡ୍ ସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ । ପ୍ରାୟ ୨୦ ମିନିଟ୍ ଆଇନଗତ ପ୍ରକ୍ରିୟା ପରେ ତାଙ୍କର ପଚରାଉଚୁରା ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ପରେ ରାତି ପ୍ରାୟ ୯ଟା ୩୦ରେ ରାହୁଲ ଇଡି କାର୍ଯ୍ୟାଳୟରୁ ବାହାରିଛନ୍ତି । ତେବେ ଆସନ୍ତାକାଲି ମଧ୍ୟ ରାହୁଲଙ୍କୁ ହାଜର ହେବାକୁ କହିଛି ଇଡି ।

ପ୍ରଥମ ପର୍ଯ୍ୟାୟରେ ପଚରାଉଚୁରା ପରେ ରାହୁଲଙ୍କୁ ଅପରାହ୍ନ ପ୍ରାୟ ୨ଟା ୧୦ରେ ଭୋଜନ ପାଇଁ ଇଡି ମୁଖ୍ୟାଳୟ ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା । ଭୋଜନ ଅବକାଶ ପରେ ସେ ଦିନ ପ୍ରାୟ ୩ଟା ୩୦ରେ ଇଡି ନିକଟରେ ହାଜର ହୋଇଥିଲେ । ଇଡି ରାହୁଲଙ୍କୁ ପ୍ରଥମ ରାଉଣ୍ଡରେ ପାଖାପାଖି ତିନି ଘଣ୍ଟା ପଚରା ଉଚୁରା କରିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ସାଢେ ପାଞ୍ଚ ଘଣ୍ଟା ପଚରାଉଚୁରା କରିଛି । କୁହାଯାଉଛି ରାହୁଲ ଗାନ୍ଧୀ ମନି ଲଣ୍ଡ୍ରିଂ ନିରୋଧ ଆଇନର ଧାରା ୫୦ ଆଧାରରେ ନିଜର ବୟାନ ଲିଖିତ ରୂପେ ଦେଇଛନ୍ତି ।

ସକାଳେ ରାହୁଲ ଗାନ୍ଧୀ ଇଡି ଦପ୍ତରରେ ପହଞ୍ଚିଥିଲେ । ଏହି ସମୟରେ ତାଙ୍କ ସହ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପାର୍ଟିର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ କଂଗ୍ରେସର ଅନେକ ବରିଷ୍ଠ ନେତା ବଡ ସଂଖ୍ୟାରେ ପହଞ୍ଚିଥିଲେ ଏବଂ ନିଜର ସମର୍ଥନ ପ୍ରକାଶ କରିଥିଲେ ।

   Related Posts