oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଏନ୍‌ସିପି ନେତା ତଥା ମନ୍ତ୍ରୀ ନଓ୍ବାବ୍‌ ମଲ୍ଲିକଙ୍କୁ ଘରୁ ଉଠାଇ ନେଲା ED, ଅଣ୍ଡରଓ୍ବାର୍ଲଡ୍‌ ଲିଙ୍କ୍‌ ଅଭିଯୋଗ…

23/02/2022 at 3:19 PM

ମୁମ୍ବାଇ ୨୩/୦୨: ବରିଷ୍ଠ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ବାବ୍‌ ମଲ୍ଲିକଙ୍କୁ, ଘରୁ ଉଠାଇ ନେଇଛି ପ୍ରବର୍ତ୍ତନ ନିର୍ଦେଶାଳୟ (ED) । ଅଣ୍ଡରଓ୍ବାଲର୍ଡ ଲିଙ୍କ୍‌ ଅଭିଯୋଗରେ ଇଡି ତାଙ୍କୁ ପଚରା ଉଚରା କରୁଛି । ସେପଟେ ନଓ୍ବାବ୍‌ ମଲ୍ଲିକଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ସରଗରମ ହୋଇଯାଇଛି । ଏନ୍‌ସିପି ସମେତ ଶିବସେନା ନେତା ଏ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

ନଓ୍ବାବ୍‌ ମଲ୍ଲିକଙ୍କ ଗିରଫଦାରୀକୁ ନେଇ ସିଧାସଳଖ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ଏନ୍‌ସିପି ଏବଂ ଶିବସେନା । ଅନ୍ୟପଟେ ମହାରାଷ୍ଟ୍ର ଏନ୍‌ସିପି ମୁଖ୍ୟାଳୟ ସାମ୍ନାରେ ନଓ୍ବାବ୍‌ ମଲ୍ଲିକଙ୍କ ସମର୍ଥନମାନେ ଏକାଠି ହୋଇ ବିଭିନ୍ନ ନାରାବାଜି ଦେଉଥିବା ଦେଖିବାକୁ ମିଳିଛି । ଶିବସେନା ଏବଂ ଏନ୍‌ସିପି ନେତାମାନେ ବିଜେପି ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି । ଅଣ୍ଡରଓ୍ବାଲର୍ଡ ସହ ଲିଙ୍କ ଏକ ପ୍ରପର୍ଟି ମାମଲାରେ ପଚରା ଉଚରା ପାଇଁ ନଓ୍ବାବ୍‌ଙ୍କୁ, ପ୍ରବର୍ତ୍ତନ ନିର୍ଦେଶାଳୟ ଉଠାଇନେଇଥିବା ଜଣାପଡିଛି ।

ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ ସିଧାସଳଖ ଭାବେ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି । କହିଛନ୍ତି, ଅନେକ ଦିନ ହେଲା ବିଜେପି ନେତାମାନେ ନଓ୍ବାବ୍‌ ମଲ୍ଲିକ ଏବଂ ଶିବସେନା ନେତାଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନର ଧମକ ଦେଉଥିଲେ । ଏବେ ବିନା କୌଣସି ନୋଟିସ୍‌ ଜାରିକରି ନଓ୍ବାବ୍‌ ମଲ୍ଲିକଙ୍କୁ ଉଠାଇ ନେଇଛି ଇଡି । ଅଣ୍ଡରଓ୍ବାର୍ଲଡ୍‌ ଲିଙ୍କର ମିଛ ଅଭିଯୋଗ ଆଣି ବିଜେପିର ପ୍ରରୋଚନାରେ ଇଡି ଏଭଳି କରୁଥିବା ସୁପ୍ରିୟା ସୁଲେ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଅଣ୍ଡରଓ୍ବାର୍ଲଡ୍‌ ଲିଙ୍କ ଏବଂ ବେଆଇନ ଭାବେ ସମ୍ପତ୍ତି କିଣାବିକା ଅଭିଯୋଗରେ ଗତ ଫେବୃଆରୀ ୧୫ ତାରିଖରେ ଚଢଉ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ । ଏହି ମାମଲାରେ ଏବେ ମଲ୍ଲିକଙ୍କୁ କାର୍ଯ୍ୟାଳୟକୁ ଉଠାଇ ଆଣି ପଚରା ଉଚରା କରୁଛି ଇଡି । ପୂର୍ବରୁ ମୁମ୍ବାଇର ୧୦ଟି ସ୍ଥାନରେ ଚଢଉ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ । ୧୯୯୩ ମୁମ୍ବାଇ ବ୍ଲାଷ୍ଟ ଘଟଣାର ମୁଖ୍ୟ କାର୍ପଟଦାର ତଥା ଅଣ୍ଡର ଓ୍ବାର୍ଲଡ୍‌ ଡନ୍ ଦାଉଦ୍ ଇବ୍ରାହିମର ଭଉଣୀ ହସିନା ପାରକର୍‌, ଭାଇ ଇକବାଲ୍ କାସକର ସମେତ ଛୋଟା ସକିଲ୍‌ର ସମ୍ପର୍କୀୟ ସୁଲୀମ କ୍ୟୁରେସୀକୁ ଘରେ ଚଢଉ କରିଥିଲା ।

   Related Posts