ପବନ ମୁଞ୍ଜାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି, ED କାର୍ଯ୍ୟାନୁଷ୍ଠାନ ଉପରେ ଲାଗିଲା ରୋକ୍
17/11/2023 at 9:28 PM

ନୂଆଦିଲ୍ଲୀ ୧୭।୧୧: ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଶୁକ୍ରବାର ମନିଲଣ୍ଡ୍ରିଂର ଏକ ମାମଲାରେ ହିରୋ ମୋଟୋକର୍ପ ଚେୟାରମ୍ୟାନ ପବନ କାନ୍ତ ମୁଞ୍ଜାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି। ଏହି ମାମଲାର ଯାଞ୍ଚ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି)ଙ୍କ ଦ୍ୱାରା କରାଯାଉଛି। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୌରଭ ବାନାର୍ଜୀ ଏହି ମାମଲାରେ ମୁଞ୍ଜାଲଙ୍କ ଆବେଦନ ଉପରେ ଶୁଣାଣି କରି ଇଡିଙ୍କୁ ନୋଟିସ୍ ଜାରି କରିଥିବା ବେଳେ ଜବାବ ଦାଖଲ ନିମନ୍ତେ ସମୟ ଦେଇଛନ୍ତି।
ମୁଞ୍ଜାଲଙ୍କୁ ଅନ୍ତରୀଣ ଆଶ୍ୱସ୍ତି ଦେଇ ବିଚାରପତି କହିଛନ୍ତି ଯେ ନିକଟରେ ସୀମା ଶୁଳ୍କ ଅଧିନିୟମରେ ବିଧେୟ ଅପରାଧ ଉପରେ ଏକ ସମାନ ରହିତାଦେଶ ଗୃହୀତ କରାଯାଇଥିଲା ଓ ଆବେଦନକାରୀଙ୍କୁ ଏହି ମାମଲାରେ ସୀମା ଶୁଳ୍କ, ଉତ୍ପାଦ ଶୁଳ୍କ ଓ ସେବା କର ଆପିଲିୟ ନ୍ୟାୟାଧୀକରଣ (ସିଇଏସଟିଏଟି)ରେ ମୁକ୍ତ କରାଯାଇଛି। କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଏହି ଆଧାରରେ ଇସିଆଇଆରରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଜାରି ରହିବ।

କୋର୍ଟ ସ୍ପଷ୍ଟ ରୂପେ କହିଛନ୍ତି ଯେ ରହିତା ଦେଶ କେବଳ ଆବେଦନକାରୀଙ୍କ ନିମନ୍ତେ, ତେବେ ଇଡି ଆଇନ ଅନୁସାରେ ଆଗକୁ ବଢିବା ପାଇଁ ସ୍ୱାଧୀନ। ରେଭିନ୍ୟୁ ଇଣ୍ଟେଲିଜେନ୍ସୀ ନିର୍ଦ୍ଦେଶାଳୟ (ଡିଆରଆଇ) ମୁଞ୍ଜାଲ, ଏସଇଏମପିଏଲ ନାମକ ଥାର୍ଡପାର୍ଟି ସର୍ଭିସ ପ୍ରୋଭାଇଡର କମ୍ପାନୀ, ଅମିତ ବାଲୀ, ହେମନ୍ତ ଦହିୟା ଓ କେ.ଆର.ରମଣଙ୍କ ସମେତ କିଛି ଅନ୍ୟମାନଙ୍କ ବିରୋଧରେ କଥିତ ରୂପେ ନିଷିଦ୍ଧ ବସ୍ତୁ ଯେପରିକି ବିଦେଶୀ ମୁଦ୍ରା ନେଇଯିବା, ରପ୍ତାନୀ କରିବାକୁ ଉଦ୍ୟମ କରିବା ଓ ଅବୈଧ ରପ୍ତାନୀ ନିମନ୍ତେ ଗତବର୍ଷ ମୋକଦ୍ଦମା ରୁଜୁ କରିଥିଲେ।
କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି)ଙ୍କ ତଦନ୍ତକାରୀ ୟୁନିଟ୍ ଡିଆରଆଇ ମାମଲାରେ ସୀମା ଶୁଳ୍କ ଅଧିନିୟମ ଧାରା ୧୩୫ରେ ଦିଲ୍ଲୀର ଏକ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ଏହା ପରେ ଇଡି ଧନସୋଧନ ନିବାରଣ ଅଧିନିୟମ (ପିଏମଏଲଏ)ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛନ୍ତି। ଏହା ପୂର୍ବରୁ ନଭେମ୍ବର ୩ ତାରିଖ ଦିନ ଉଚ୍ଚନ୍ୟାୟାଳୟ ଡିଆରଆଇ ମାମଲାରେ କାର୍ଯ୍ୟାନୁଷ୍ଠାନକୁ ରୋକି ଦେଇଥିଲେ।
ନ୍ୟୁୟର୍କ ଯାଉଥିଲେ ଅଶନୀର ଗ୍ରୋଭର ଓ ତାଙ୍କପତ୍ନୀ, ବିମାନ ବନ୍ଦରରେ ଅଟକାଇ ଫେରାଇ ଦେଲା ପୁଲିସ