ଜଟିଳ ହେଉଛି ସୁଶାନ୍ତଙ୍କ ୧୫କୋଟି ଟଙ୍କାର ରହସ୍ୟ, EDଙ୍କୁ ୪ ବର୍ଷର ଆୟ ହିସାବ ଦେଲେ ରିଆ

Published By : Prameya-News7 Bureau | August 10, 2020 IST

ମୁମ୍ବାଇ ୧୦।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୧୫ କୋଟି ଟଙ୍କାର ହିସାବ ପାଉନାହାନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ସୋମବାର ଇଡିରେ ହାଜର ହେବା ସହ ଗତ ୪ ବର୍ଷର ଦାଖଲ ରିଟର୍ଣ୍ଣ ଇଡିଙ୍କ ଆଗରେ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ତାଙ୍କର ମୋଟ ଆୟ ୬୬ଲକ୍ଷ ଟଙ୍କାରୁ ବି କମ୍‌ ବୋଲି ଜଣାପଡିଛି।

{"id":312568,"sizeSlug":"large"}

ରିୟା ଇଡିରେ ଦାଖଲ ରିଟର୍ଣ୍ଣ ଉପସ୍ଥାପନ କରିଥିବା ବେଳେ ଅଫିସରଙ୍କ ପଚରା ଉଚରାର ଜବାବ ଦେଇଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ପଚରା ଉଚରା ଚାଲିଥିଲେ ହେଁ ସୁଶାନ୍ତଙ୍କ ୧୫ କୋଟି ଟଙ୍କାର କୌଣସି ସନ୍ଧାନ ମିଳିପାରି ନାହିଁ। ମାମଲାରେ ଆଉ କିଛି ଲୋକଙ୍କୁ ମଧ୍ୟ ଇଡି ପଚରା ଉଚରା କରିଛନ୍ତି। ତେବେ ମାମଲାରେ ରିଆ ଇଡିରେ ହାଜର ହେବା ପରେ ସମ୍ପୂର୍ଣ୍ଣ ପରିଦୃଶ୍ୟ ବଦଳି ଯାଇଛି। ୪ ବର୍ଷରେ ରିୟାଙ୍କ ଆୟ ୬୬ଲକ୍ଷ ଟଙ୍କାରୁ ବି କମ୍ ଥିବା ବେଳେ କେଉଁଠି ବି ହେଲେ କୋଟି କୋଟି ଟଙ୍କାର କାରବାର ହିସାବ ନଥିବା ରିୟା ଇଡି ଅଧିକାରୀଙ୍କୁ କହିଛନ୍ତି।

{"id":312569,"sizeSlug":"large"}

ସେହିପରି ରିୟାଙ୍କ ଆଇଟିଆରରେ କେଉଁଠି ବି ହେଲେ ସୁଶାନ୍ତଙ୍କଠାରୁ ଲୋନ ନେଇଥିବାର ମଧ୍ୟ ଉଲ୍ଲେଖ ନାହିଁ। ସେପଟେ ସୁଶାନ୍ତଙ୍କ ଆକାଉଣ୍ଟରେ ୧୫ କୋଟି ଟଙ୍କା ଥିବାର ପ୍ରମାଣ ମଧ୍ୟ ଇଡି ସଂଗ୍ରହ କରିପାରିନାହାନ୍ତି। ସୁଶାନ୍ତଙ୍କ ପିତା ଯେଉଁ ବଡ ଖାତା ସମ୍ପର୍କରେ ସୂଚନା ଦେଇଥିଲେ ସେଥିରେ ମାତ୍ର ୪କୋଟି ଟଙ୍କାରୁ କିଛି ଅଧିକ ଅଛି। ଯାହା ଧିରେ ଧିରେ ଖର୍ଚ୍ଚ ହୋଇଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁ ପରେ ସେଥିରେ ଆଉ ମାତ୍ର ୨କୋଟିରୁ କିଛି ଅଧିକ ଟଙ୍କା ଥିବାର ଇଡି ଜାଣିବାକୁ ପାଇଛନ୍ତି।

{"id":312572,"width":575,"height":403,"sizeSlug":"large"}

ତେବେ ଇଡିଙ୍କ ଏପର୍ଯ୍ୟନ୍ତ  ଯାଞ୍ଚ ଅନୁସାରେ ରିୟାଙ୍କୁ ସୁଶାନ୍ତ ଲକ୍ଷଲକ୍ଷ ଟଙ୍କାର ଗିଫ୍ଟ ଦେଇଥିବା ଜଣାପଡିଛି। ତେବେ ଇଡି ସୋମବାର ପଚରା ଉଚରା ପରେ ନୂଆ ପ୍ରଶ୍ନର ସୂଚି ପ୍ରସ୍ତୁତ କରିନେଇଥିବା ବେଳେ ଶୁସାନ୍ତଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରିବ ବୋଲି ଜଣାପଡିଛି। ତେବେ ଇଡି ଯାଞ୍ଚରୁ ସୁଶାନ୍ତଙ୍କ ପ୍ରାୟ ୧୦ କୋଟି ଟଙ୍କାର ହିସାବ ମିଳିଛି। ଯେଉଁଥିରେ ତାଙ୍କର ଖର୍ଚ୍ଚ ମଧ୍ୟ ସାମିଲ। ଏଥିରୁ ସୁଶାନ୍ତ ପ୍ରତିବର୍ଷ ୧କୋଟି ୨୦ ଲକ୍ଷ ଟଙ୍କା ଭଡା ଦେଉଥିବା ବେଳେ ଆସାମ ଓ ତାମିଲନାଡୁରେ ଇଭେଣ୍ଟ ଆୟୋଜନ ଲାଗି ଜିଏସଟି ଓ ଅନ୍ୟ ଶୁଳ୍କ ବାବଦେ ଅଢେଇକୋଟି ଟଙ୍କା ପୈଠ କରିଥିବା ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.