ରାଞ୍ଚି,୩୦।୧: ଜମି ଦୁର୍ନୀତିର ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା ପାଇଁ ପ୍ରୟାସ କରି ବିଫଳ ହୋଇଛି । ନିଖୋଜ ହୋଇଯାଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ସୋମବାର ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଡି ଟିମ୍ ପହଞ୍ଚିଥିଲେ, ହେଲେ ସେଠାରେ ତାଙ୍କୁ ପାଇ ନଥିଲେ । ୩ଟି ସ୍ଥାନରେ ସକାଳ ୭ଟାରୁ ରାତି ପର୍ଯ୍ୟନ୍ତ ଚଢ଼ାଉ ହୋଇଥିଲା, ମାତ୍ର ହେମନ୍ତ ସୋରେନ ମିଳିନଥିଲେ । କିଛି ଜରୁରୀ କାଗଜପତ୍ର ଯାଞ୍ଚ କରିବା ପରେ ଫେରିଥିଲା ଯାଞ୍ଚ ଏଜେନ୍ସି ।
wp:html /wp:htmlପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନେଇ ଏୟାରପୋର୍ଟରେ ମଧ୍ୟ ଆଲର୍ଟ ନୋଟିସ୍ ପଠାଇଦେଇଛନ୍ତି । ଏହା ମଧ୍ୟରେ ସୂଚନା ମଧ୍ୟ ଆସୁଛି, ଶାସକ ଦଳ ମେଣ୍ଟ ବିଧାୟକ ମାନଙ୍କୁ ରାଞ୍ଚିରେ ଏକ ସ୍ଥାନରେ ଏକାଠି ହେବାକୁ କରିଛନ୍ତି । କଂଗ୍ରେସର ବିଧାୟକ ଓ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି ।
ସେପଟେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସିଏମ ସୋରେନଙ୍କୁ ଟାର୍ଗେଟ୍ କରିଛନ୍ତି । ଦୁବେ କହିଛନ୍ତି, ହେମନ୍ତ ସୋରେନ କଂଗ୍ରେସ ବିଧାୟକଙ୍କୁ ନିଜ ନିତ୍ୟାବଶ୍ୟକ ସାମଗ୍ରୀ ଓ ବ୍ୟାଗ୍ ସହିତ ରାଞ୍ଚି ଡାକିଛନ୍ତି । ତେବେ ପତ୍ନୀ କଳ୍ପନା ସୋରେନଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଆସିଛି ବୋଲି ନିଶିକାନ୍ତ କହିଛନ୍ତି ।
wp:embed {"url":"https://www.prameyanews7.com/ahead-of-budget-session-union-govt-calls-all-party-meeting-today/","type":"wp-embed","providerNameSlug":"prameya-news-7"} /wp:embedଅନ୍ୟପଟେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍)ର କେନ୍ଦ୍ରୀୟ ମହାସଚିବ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, ସୋରେନ୍ ଇଡିକୁ ଇ-ମେଲ୍ କରି ପଚରାଉଚରା ଲାଗି ସମୟ ଦେଇଛନ୍ତି । ସେଥିରେ ଜାନୁଆରୀ ୩୧ ତାରିଖ ଦିନ ୧ଟାରେ ପଚରାଉଚରା ଲାଗି ସେ ପ୍ରସ୍ତୁତ ବୋଲି ଲେଖାଯାଇଛି । ଏପରିସ୍ଥଳେ ଇଡିର ଏହି କାର୍ଯ୍ୟାନୁଷ୍ଠାନ ଅଗଣତାନ୍ତ୍ରିକ ବୋଲି ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି ।
ଜାନୁଆରୀ ୨୭ ରାତି ୧୧.୩୦ରେ ସେ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚିଥିଲେ । ବିଳମ୍ବିତ ରାତିରେ ଦଳୀୟ ନେତା ଏବଂ ସହଯୋଗୀଙ୍କ ସହ ବୈଠକ କରିଥିଲେ । ଏପରିକି ସେ ପିତା ଏବଂ ରାଜ୍ୟସଭା ସାଂସଦ ଶିବୁ ସୋରେନ୍ଙ୍କ ବାସଭବନରେ ବି ନଥିବା କୁହାଯାଇଥିଲା । ରାଜ୍ୟପାଳ ସିପି ରାଧାକୃଷ୍ଣନ୍ କହିଥିଲେ, ଯଦି ମୁଖ୍ୟମନ୍ତ୍ରୀ ଜବାବ ଦେଉନାହାନ୍ତି ତା’ହେଲେ ତାଙ୍କୁ ମଙ୍ଗଳବାର ଜବାବ ଦେବାକୁ ପଡିବ । ଆଇନଶୃଙ୍ଖଳା ସ୍ଥିତି ସନ୍ତୋଷଜନକ ନାହିଁ । କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ । ସୋରେନ୍ଙ୍କୁ ଗିରଫ କରାଯାଇପାରେ ବୋଲି ବି ଚର୍ଚ୍ଚା ଜୋର ଧରିଛି । ଏହାକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ପୁଲିସକୁ ଆଲର୍ଟ କରାଯାଇଛି ।
ଏହି ମାମଲାରେ ଏଜେନ୍ସି ଜାନୁଆରୀ ୨୦ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୋରେନ୍ଙ୍କୁ ୭ ଘଣ୍ଟା ପଚରାଉଚରା କରିଥିଲା । ଇଡି ଅନୁସାରେ, ଗତ ସପ୍ତାହରେ ସୋରେନ୍ଙ୍କୁ ସାନି ସମନ ହୋଇଥିଲା । ତାଙ୍କୁ ଜାନୁଆରୀ ୨୯ କିମ୍ବା ୩୧ରେ ପଚରାଉଚରା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଥିଲା । ସୋରେନ୍ ଏଜେନ୍ସିକୁ ଏକ ଇ-ମେଲ୍ କରିଥିଲେ । କିନ୍ତୁ ସେଥିରେ ପଚରାଉଚରାର ତାରିଖ, ସମୟ ସ୍ପଷ୍ଟ କରିନଥିଲେ । କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ରାଜେଶ ଠାକୁର କହିଛନ୍ତି, ମୁଖ୍ୟମନ୍ତ୍ରୀ ପୂର୍ବରୁ ଜାନୁଆରୀ ୩୧ର ସମୟ ନେଇଛନ୍ତି ।
wp:embed {"url":"https://prameyanews7.com/changed-maldives-tourism-market/","type":"wp-embed","providerNameSlug":"prameya-news-7"} /wp:embed