Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଲାଲୁ ଯାଦବଙ୍କ ୧୫ଟି ସ୍ଥାନରେ ଇଡି ରେଡ୍, ‘ଲ୍ୟାଣ୍ଡ ଫର୍ ଜବ୍‌’ ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ

10/03/2023 at 12:57 PM

ନୂଆଦିଲ୍ଲୀ ୧୦/୦୩: ଲ୍ୟାଣ୍ଡ ଫର ଜବ୍‌ ସ୍କାମ୍‌ରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବଡ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ, ବିହାର ଓ ୟୁପି ସମତେ ୧୫ଟି ସ୍ଥାନରେ ଚଢାଉ କରିଛି ଇଡି । ଲାଲୁ ଯାଦବଙ୍କ ନିକଟତମ ଲୋକଙ୍କ ଘରେ ମଧ୍ୟ ଏହି ଚଢାଉ ହୋଇଛି । ପୂର୍ବରୁ ସିବିଆଇ ଏହି ମାମଲାରେ ଲାଲୁ ଯାଦବ ଓ ରାବିଡି ଦେବୀଙ୍କୁ ବି ଜେରା କରିଥିଲା ।

ଶୁକ୍ରବାର ଇଡିର ଗୋଟିଏ ଟିମ୍ ଆରଜେଡିର ପୂର୍ବତନ ବିଧାୟକ ଅବୁ ଦୋଜାନାଙ୍କ ପାଟଣା ସ୍ଥିତ ଘରେ ଚଢାଉ କରିଛି । ପୂର୍ବରୁ ସିବିଆଇ ସୋମବାର ପାଟନାରେ ରାବ୍ରି ଦେବୀଙ୍କ ବାସଭବନରେ ପଚରା ଉଚରା କରିଥିଲା । ପୂର୍ବଦିନ ସିବିଆଇ ଟିମ୍‌ ଦିଲ୍ଲୀରେ ରହୁଥିବା ଝିଅ ମୀସା ଭାରତୀଙ୍କ ଘରେ ପହଞ୍ଚିଥିଲେ । ଏଠାରେ ସିବିଆଇ ଲାଲୁ ଯାଦବଙ୍କୁ ଦୀର୍ଘ ସମୟ ଧରି କରିଥିଲା ଜେରା । କାରଣ ଲାଲୁ ଏବେ ଦିଲ୍ଲୀରେ ମୀସା ଭାରତୀଙ୍କ ଘରେ ରହୁଛନ୍ତି ।

ସୂଚନା ଥାଉକି, ୧୪ ବର୍ଷ ପୁରୁଣା ଲ୍ୟାଣ୍ଡ ଫର୍ ଜବ୍‌ ସ୍କାମ କେସ୍‌ । ଯେଉଁ ସମୟରେ ଲାଲୁ ଥିଲେ ରେଳମନ୍ତ୍ରୀ । ଦାବି କରାଯାଉଛି ଯେ, ଲାଲୁ ରେଳମନ୍ତ୍ରୀ ରହି ରେଲଓ୍ୱେର ଲୋକଙ୍କୁ ଚାକିରି ଦେବା ବଦଳରେ ତାଙ୍କ ଜମି ନେଇଯାଇଥିଲେ । ଲାଲୁ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ରେଳ ମନ୍ତ୍ରୀ ଥିଲେ । ସିବିଆଇ ଏହି ମାମଲାରେ ୧୮ ମଇରେ ମାମଲା ରୁଜୁ କରିଥିଲା । ସିବିଆଇର କହିବା ଅନୁସାରେ, ଲୋକଙ୍କୁ ପ୍ରଥମେ ରେଲଓ୍ୱେ ଗ୍ରୁପ୍‌ ଡି’ ପଦରେ ସବଷ୍ଟିଚ୍ୟୁଟ୍‌ ଭାବରେ ଭର୍ତ୍ତି କରାଯାଇଥିଲା ଓ ଯେତେବେଳେ ତାଙ୍କ ପରିବାର ଜମି ଡିଲ୍‌ କରିଥିଲା, ସେତେବେଳେ ତାଙ୍କୁ ରେଗୁଲାର କରିଦିଆଯାଇଛି।

   Related Posts