ଦିଲ୍ଲୀ ଯିବେ ଇଡି ଅଧିକାରୀ ! ଏବେ ପଡିବ କାହା ପାଳି ?

Published By : Prameya-News7 Bureau | November 27, 2022 IST

ଭୁବନେଶ୍ୱର ୨୭।୧୧ : ଦିଲ୍ଲୀରୁ ଇଡି ଅଧିକାରୀଙ୍କୁ ଡାକରା । ଦିଲ୍ଲୀରେ ଇଡି ମୁଖ୍ୟ କାର୍ଯ୍ୟାଳୟକୁ ପହଞ୍ଚିହାକୁ ଇଡି ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି ।  ଅର୍ଚ୍ଚନା ନାଗ ମାମଲାରେ ମିଳିଥିବା ପ୍ରମାଣକୁ ନେଇ ଆସନ୍ତା ସପ୍ତାହରେ ବଡବଡିଆ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ  ନେଇ କିଭଳି ଭାବେ ତଦନ୍ତ ହେବ । ସେନେଇ ବ୍ଲୁକ ପ୍ରିଣ୍ଟ ପ୍ରସ୍ତୁତ ହେବ ।

ସୂଚନାଯୋଗ୍ୟ ଯେ, ଇଡି ତଦନ୍ତରେ ଖୋଲିଛି ୩୫ଲକ୍ଷର ଗୁମର । ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ପ୍ରତିଦିନ ED ହାତରେ ଲାଗୁଛି ନୂଆ ନୂଆ ତଥ୍ୟ । ଅର୍ଚ୍ଚନା ଜଗବନ୍ଧୁଙ୍କ ଆକାଉଣ୍ଟସ୍ ଡିଟେଲ୍ସ ପାଇଛି ED । ଅର୍ଚ୍ଚନାର ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସୁପ୍ରିମ ଅଟୋମୋବାଇଲ୍ ଓ ପର୍ସନାଲା ଆକାଉଣ୍ଟରୁ ୩୫ଲକ୍ଷ ଟଙ୍କାର ଦେଣନେଣର ହିସାବ ମିଳିଛି । ଖଗେଶ୍ବରଙ୍କ ଅଟୋମୋବାଇଲ୍ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଯାଇଛି ୪ଲକ୍ଷ ୫୯ ହଜାର ୨୦ ଟଙ୍କା । ଜଗବନ୍ଧୁଙ୍କ ଆକାଉଣ୍ଟକୁ ଯାଇଛି ୨୨ଲକ୍ଷ ୬୦ହଜାର ୨୨୫ଟଙ୍କା । ଜଗବନ୍ଧୁଙ୍କ ଆକାଉଣ୍ଟରୁ ଖଗେଶ୍ବର ଆକାଉଣ୍ଟକୁ ଯାଇଛି ୩ଲକ୍ଷ ଟଙ୍କା । ଅର୍ଚ୍ଚନାଙ୍କ ଆକାଉଣ୍ଟରେ ୫ଲକ୍ଷ ଟଙ୍କା ପେମେଣ୍ଟ କରିଛନ୍ତି ଖଗେଶ୍ବର ।

 ସେହିଭଳି ଖଗେଶ୍ବର ଜଗବନ୍ଧୁଙ୍କୁ ଆକାଉଣ୍ଟକୁ ପଠାଇଛନ୍ତି ୧ଲକ୍ଷ ୯୦ ହଜାର ଟଙ୍କା । ଯେହେତୁ ଖଗେଶ୍ବର ପାତ୍ର ଅର୍ଚ୍ଚନାଙ୍କ ବିଜ୍ନେସ୍ ପାର୍ଟନର ତଥା ଘନିଷ୍ଠ ସହଯୋଗୀ ଥିଲେ ତେଣୁ ନାଗ-ଚାନ୍ଦ ଦମ୍ପତି ଓ ଖଗେଶ୍ବରଙ୍କ ଭିତରେ ଲକ୍ଷ ଲକ୍ଷ ଟଙ୍କାର ଦେଣନେଣ ହୋଇଥିବା ଜାଣିବାକୁ ପାଇଛି ED । ଏହାବାଦ୍‌ ନଗଦ ଟଙ୍କା କାରବାର ନେଇ ମଧ୍ୟ ଖୋଳତାଡ଼ କରୁଛି ED ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.