ଅର୍ଚ୍ଚନା ନାଗ୍‌ଙ୍କ ଆର୍ଥିକ କାରବାରର ତଦନ୍ତ କରିବ ଇଡି, ଏଫଆଇଆର ତର୍ଜମା ଆଧାରରେ ହେବ ତନାଘନା

Published By : Prameya-News7 Bureau | October 26, 2022 IST

ଭୁବନେଶ୍ୱର ୨୫/୧୦: ଅର୍ଚ୍ଚନା ନାଗ୍‌ଙ୍କ ଆର୍ଥିକ କାରବାରର ତଦନ୍ତ କରିବ ଇଡି । ଆଜିଠୁ ଇଡି ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଅର୍ଚ୍ଚନାଙ୍କ ଏଫଆଇଆର ଇଡିକୁ ହସ୍ତାନ୍ତର କରାଯିବ । ଏଫଆଇଆରକୁ ତର୍ଜମା କରିବା ପରେ ଇଡି ଏହାର ତଦନ୍ତ କରିବ ।

ଅର୍ଚ୍ଚନାଙ୍କ ବିରୋଧରେ ପୀଡିତା ଖଣ୍ଡଗିରି ଥାନାରେ ଦେଇଥିବା ଏତଲା ସହିତ ନୟାପଲ୍ଲୀ ଥାନାରେ ପ୍ରଯୋଜକ ଅକ୍ଷୟ ପରିଜା ଦେଇଥିବା ଏତଲାକୁ ତର୍ଜମା କରିବା ପାଇଁ ଇଡି କପି ମଗାଇଥିବା ସୂଚନା ମିଳିଛି । ଏହାସହ ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟର ଖୋଳତାଡ କରିବ ଇଡି ।

ଅର୍ଚ୍ଚନାଙ୍କୁ ଅର୍ଥ ଦେଇଥିବା କୌଣସି ଲୋକଙ୍କ ନାଁ ଯଦି ଏଥିରେ ସାମିଲ ହୁଏ ତେବେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବ ଇଡି । କେତେ କ୍ୟାସ କେତେ ଅନଲାଇନ ଟ୍ରାଞ୍ଜାକ୍ସନ ହୋଇଛି। କାହା କାହା ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି । ଯଦି ଆକାଉଣ୍ଟକୁ ଅର୍ଥ ଆସିନଥାଏ ତେବେ ଅର୍ଚ୍ଚନାଙ୍କ ଘରେ ଡେକୋରେଟ କାର୍ଯ୍ୟ କରିଥିବା ଏଜେନ୍ସିକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.