ମନି ଲଣ୍ଡରିଂ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କଲା ଇଡି, ଚୀନ କମ୍ପାନୀ ଭିଭୋ ସମେତ ୫ ଜଣଙ୍କୁ କରାଗଲା ଅଭିଯୁକ୍ତ

Published By : Prameya-News7 Bureau | December 07, 2023 IST

ନୂଆଦିଲ୍ଲୀ: ଚୀନର ସ୍ମାର୍ଟଫୋନ ନିର୍ମାତା ଭିଭୋ ଏବଂ ଅନ୍ୟ କେତେକ କମ୍ପାନୀ ବିରୋଧରେ ବଡ଼ ପଦକ୍ଷେପ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)। ମନି ଲଣ୍ଡରିଂ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି ଇଡି। PMLA ଧାରାରେ ଭିଭୋ ସମେତ ୫ ଜଣଙ୍କୁ କରାଯାଇଛି ଅଭିଯୁକ୍ତ। ସମଗ୍ର ଦେଶରେ କମ୍ପାନୀର ୪୮ ସ୍ଥାନରେ ହୋଇଥିଲା ଚଢାଉ।

ସରକାରୀ ସୂତ୍ର ଅନୁଯାୟୀ, ଭିଭୋ ଏବଂ ଏହା ସହ ଜଡିତ ଅନ୍ୟ କେତେକ କମ୍ପାନୀ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ ସଂପର୍କରେ ଗୁରୁବାର ଇଡି ପ୍ରଥମ ଚାର୍ଜସିଟ ଦାଖଲ କରିଛି। ଏହି ଚାର୍ଜସିଟରେ ଇଡି ଅନେକ ତଥ୍ୟ ଉପସ୍ଥାପନ କରିଛି।

ପିଟିଆଇ ଅନୁଯାୟୀ, ମନି ଲଣ୍ଡରିଂ ଆକ୍ଟ (PMLA)ର ଅପରାଧିକ ଧାରା ଅଧୀନରେ ସ୍ୱତନ୍ତ୍ର କୋର୍ଟରେ ବୁଧବାର ଅଭିଯୋଗକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିଲା। ସମଗ୍ର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବ୍ୟତୀତ ଭିଭୋ-ଇଣ୍ଡିଆକୁ ମଧ୍ୟ ଇଡି ଚାର୍ଜସିଟରେ ଅଭିଯୁକ୍ତ କରାଯାଇଥିଲା। ଯାହା ଆଜି ପ୍ରଥମ ଚାର୍ଜସିଟ୍ ଉପସ୍ଥାପିତ ହୋଇଛି।

ସ୍ୱତନ୍ତ୍ର କୋର୍ଟରେ ରିମାଣ୍ଡ ଆବେଦନ ବେଳେ ଇଡି କହିଛି ଯେ ଗିରଫ ହୋଇଥିବା ୪ଜଣଙ୍କ କାର୍ଯ୍ୟକଳାପ ଯୋଗୁଁ ଭିଭୋ-ଇଣ୍ଡିଆକୁ ଅସତ୍ ଉପାୟରେ ସୁବିଧା ଯୋଗାଇ ଦେଉଥିଲା। ଏହି ପଦକ୍ଷେପ ଭାରତର ଆର୍ଥିକ ସାର୍ବଭୌମତ୍ୱ ପାଇଁ କ୍ଷତିକାରକ ଥିଲା। ଇଡି କହିଛି ଯେ ଭାରତରେ ଟିକସ ପରିଶୋଧ ନକରିବାକୁ ଭିଭୋ-ଇଣ୍ଡିଆ ଦ୍ୱାରା ୬୨,୪୬୭ କୋଟି ଟଙ୍କା ଚୀନକୁ ବେଆଇନ ଭାବେ ହସ୍ତାନ୍ତର କରାଯାଇଛି।

ଲାଭା ଇଣ୍ଟରନ୍ୟାସନାଲ ମୋବାଇଲ୍ କମ୍ପାନୀର ଏମଡି ହରିୟମ ରାୟ କୋର୍ଟରେ କହିଛନ୍ତି ଯେ ତାଙ୍କ କମ୍ପାନୀ ଦେଶର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ନୀତି ଅନୁସରଣ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ କମ୍ପାନୀ ଏବଂ ଭିଭୋ-ଇଣ୍ଡିଆ ଏକ ଦଶନ୍ଧି ପୂର୍ବରୁ ଭାରତରେ ମିଳିତ ଉଦ୍ୟମରେ ଏହା ଆରମ୍ଭ କରିଛନ୍ତି।କିନ୍ତୁ ୨୦୧୪ ପରେ ଚୀନ୍ କମ୍ପାନୀ କିମ୍ବା ଏହାର ପ୍ରତିନିଧୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.