ସତ୍ୟେନ୍ଦ୍ର ଜୈନ ଭିଡିଓ ଲିକ୍‌ ମାମଲାରେ ଆଫିଡେଭିଟ୍ ଦାଖଲ କଲେ ED, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | November 22, 2022 IST

ନୂଆଦିଲ୍ଲୀ ୨୨।୧୧: ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ତିହାର ଜେଲରୁ ଲିକ୍ ସିସିଟିଭି ଭିଡିଓ ମାମଲାରେ ଦାଖଲ ଅଦାଲତ ଅବମାନନା ଆବେଦନ ଉପରେ ନଭେମ୍ବର ୨୮ରେ ଶୁଣାଣି ହେବ। ମଙ୍ଗଳବାର କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହେବାମାତ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାକୁ ଟାଳିବାକୁ ଉଦ୍ୟମ କରିଥିଲେ। ଶୁଣାଣି ଲାଗି ଆସିଷ୍ଟାଣ୍ଟ ସୋଲିସିଟର ଜେନେରାଲ ସୋମବାର ଉପଲବ୍ଧ ହେବେ ବୋଲି କହିଥିଲେ।

ତେବେ ସତ୍ୟେନ୍ଦ୍ର ଜୈନଙ୍କ ଓକିଲ ରାହୁଲ ମେହେରା ବିରୋଧ କରିବା ସହ ଜାଣିଶୁଣି ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ବୋଲି କୋର୍ଟରେ କହିଥିଲେ। ତେବେ ଏହି ଅଭିଯୋଗ ଉପରେ ଆମେ ଆମର ଜବାବ ଦାଖଲ କରିଥିବା ଇଡି କହିଥିଲେ। ଆମେ କିଛି ବି ଲିକ୍ କରିନଥିବା ଓ ଆମେ ବିନା କୌଣସି ଭେଦଭାବରେ ଯାଞ୍ଚ କରୁଥିବା କହିଥିଲେ।

{"id":712470,"width":839,"height":516,"sizeSlug":"full","linkDestination":"none"}

ଇଡି କହିଥିଲେ ଯେ ଫୁଟେଜ ସେତେବେଳେ ଲିକ୍ ହେଲା ଯେତେବେଳେ ଜୈନଙ୍କ ଓକିଲଙ୍କୁ ପେନଡ୍ରାଇଭ ଦିଆଗଲା ଓ ତିହାର ଜେଲର ଅନେକ ଅଧିକାରୀଙ୍କ ଟ୍ରାନ୍ସଫର ମଧ୍ୟ କରାଗଲା। ଏହା ଛଡା ସତ୍ୟେନ୍ଦ୍ର ଜୈନଙ୍କ ଓକିଲ ଇଡିଙ୍କ ଆଫିଡେଭିଟ ମିଡିଆରେ ଜାରି ହେବା ଘଟଣାକୁ ନେଇ ଆପତ୍ତି କରିଛନ୍ତି। ଓକିଲ  କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଆଫିଡେଭିଟ କୋର୍ଟକୁ ଆସିନି କି ଆମକୁ ବି ମିଳିନି। ତେବେ ଆଫିଡେଭିଟ୍ ମିଡିଆରେ ଚାଲିଛି ବୋଲି କହିଥିଲେ।

ଏହାର ଜବାବରେ ଇଡି ସିସିଟିଭି ଫୁଟେଜ୍ ଆମକୁ ତିହାର ଜେଲରୁ ମିଳିଥିବା କହିଥିଲେ, ତାହା ସେମାନଙ୍କ ପାଖରେ ମଧ୍ୟ ଅଛି। ସତ୍ୟେନ୍ଦ୍ର ଜୈନଙ୍କ ଓକିଲ ପେନଡ୍ରାଇଭ ଇଡି କୋର୍ଟରେ ଦାଖଲ କରିଥିବା କହିଥିଲେ। ତେବେ ସିବିଆଇ କୋର୍ଟରେ ଏପରି କୌଣସି ପେନଡ୍ରାଇଭ ଦାଖଲ କରି ନାହାନ୍ତି। ତେବେ ତିହାର ଜେଲକୁ ସମନ କରି ଭିଡିଓ କିପରି ଲିକ୍‌ ହେଲା ପଚରା ଯାଉ ବୋଲି ଜୈନଙ୍କ ଓକିଲ କହିଛନ୍ତି।

ଆଗକୁ ଯେପରି ଜେଲରୁ ଏପରି କୌଣସି ଭିଡିଓ ଲିକ୍ ନ ହୁଏ ସେଥି ଲାଗି ତିହାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉ ଓ ଏପରି କୌଣସି ଭିଡିଓ କେବଳ କୋର୍ଟଙ୍କୁ ଦିଆ ଯାଉ ବୋଲି ନିର୍ଦ୍ଦେଶ ଦେବାକୁ ଜୈନଙ୍କ ଓକିଲ କହିଛନ୍ତି।  ତେବେ ଭିଡିଓ ଆମ ଦ୍ୱାରା ଲିକ୍ ହୋଇନଥିବା ଇଡି କୋର୍ଟଙ୍କୁ କହିଥିଲେ। ବିଭିନ୍ନ ଏଜେନ୍ସୀଙ୍କ ଯାଞ୍ଚର କଥା କହୁଛନ୍ତି ଓ ପୂର୍ବାଗ୍ରହ ଯୋଗୁ ଅଭିଯୁକ୍ତଙ୍କ ଓକିଲ ଆମ ଉପରେ ଆରୋପ ଲଗାଉଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.