‘PS’ ଫିଲ୍ମ ନିର୍ମାତା ଲାଇକା ପ୍ରଡକ୍ସନର କାର୍ଯ୍ୟାଳୟରେ ଇଡି ରେଡ୍‌

Published By : Prameya-News7 Bureau | May 16, 2023 IST

ନୂଆଦିଲ୍ଲୀ, ୧୬/୦୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀ ମଙ୍ଗଳବାର ଫିଲ୍ମ ପ୍ରଡକ୍ସନ କମ୍ପାନୀ ଲାଇକା (LYCA)ର କାର୍ଯ୍ୟାଳୟରେ ରେଡ୍‌ କରିଛି। ତେବେ ଏହି ରେଡ୍‌କୁ ନେଇ ପ୍ରଡକ୍ସନ ହାଉସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଲାଇକା ପୋନ୍ନିୟନ ସେଲଭନ ୧ ଏବଂ ୨ ଫିଲ୍ମର ପ୍ରସ୍ତୁତ କରିଛି। ରିପୋର୍ଟ ଅନୁଯାୟୀ ଇଡି ପ୍ରୋଡକ୍ସନ ହାଉସ ବିରୋଧରେ ମନିଲଣ୍ଡ୍ରିଂ ମାମଲା ରୁଜୁ କରିବା ପରେ ଚେନ୍ନାଇରେ ପ୍ରାୟ ୮ଟି ସ୍ଥାନରେ ରେଡ୍ କରିଛି। ଲାଇକା ପ୍ରଡକ୍ସନର ସ୍ଥାପନା ୨୦୧୪ରେ ସୁବାସ୍କରନ ଅଲୀରାଜାହ ଦ୍ବାରା ସ୍ଥାପନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.