ଇଡି ଚାର୍ଜସିଟ୍‌ରେ ଅର୍ଚ୍ଚନା କାହାଣୀ, ବ୍ଲାକ ମେଲିଂ କରି କେମିତି ହାତୋଉଥିଲେ ଟଙ୍କା ?

Published By : Prameya-News7 Bureau | January 15, 2023 IST

ଭୁବନେଶ୍ୱର ୧୫।୦୧ : ଇଡି ଚାର୍ଜସିଟରେ ଅର୍ଚ୍ଚନା କାହାଣୀ । ବ୍ଲାକ ମେଲ କରି ସିନେ ପ୍ରଯୋଜକଙ୍କୁ କେମିତି ଫସାଇଥିଲା ଅର୍ଚ୍ଚନା ? କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟରୁ ମିଳିଛି ସାଙ୍ଘାତିକ ତଥ୍ୟ ।

ଖବର ଅନୁଯାୟୀ, ୧୬ ନଭେମ୍ବର ୨୦୧୭ ଦିନ ସିନେ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କ ଘରେ ରହିବା ବେଳେର ଯୌନ ଶୋଷଣ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲା ଅର୍ଚ୍ଚନା ନାଗ । ଏତଲାର ଠିକ ଦିନକ ପରେ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଡିପୋଜିଟ ହେଲା ଟଙ୍କା। ସହୀଦ ନଗର ଏଚଡିଏଫସି ବ୍ୟାଙ୍କରେ ଥିବା ଅର୍ଚ୍ଚନାଙ୍କ ଆକାଉଣ୍ଟରେ ୨ ଲକ୍ଷ ଏବଂ ଜଗବନ୍ଧୁଙ୍କ ଆକାଉଣ୍ଟରେ ୮ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିଲା । ବଡ କଥା ହେଉଛି ଟଙ୍କା ଡିପୋଜିଟ ହେବା ପରେ ପରେ ମହିଳା ଥାନାରେ ଅର୍ଚ୍ଚନା ଦେଇଥିବା ମାମଲା ରଫାଦଫା ହୋଇଗଲା ।

ସେହିପରି ୫ ଡିସେମ୍ବର , ୮ ଡିସେମ୍ବର ଓ ୨୨ ଡିସେମ୍ବରରେ ନାଗ ଚାନ୍ଦ ଦମ୍ପତ୍ତିଙ୍କ ଆକାଉଣ୍ଟକୁ ଆସିଛି ୨୧ ଲକ୍ଷ ୭୦ ହଜାର ଟଙ୍କା । ଏହାବ୍ୟତୀତ ୮ ଡିସେମ୍ବର ୨୦୧୭ରେ ଖଗେଶ୍ବରଙ୍କ କାର ବିଜନେସ ବାବଦକୁ ଏଗ୍ରିମେଣ୍ଟ କରିବା ସହ ୧୦ ଲକ୍ଷ ଟଙ୍କା ଦେଇଥିବା ଡକ୍ୟୁମେଣ୍ଟ ପାଇଛି ଇଡି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.