ଚାଇନା ଲୋନ୍ ଆପ୍ ମାମଲାରେ ଆକ୍ସନ, ରେଜରପେ ସହ ଅନେକ କମ୍ପାନୀଙ୍କ ବିରୋଧରେ ଇଡିର ଚାର୍ଜସିଟ୍
17/03/2023 at 11:03 PM

ନୂଆଦିଲ୍ଲୀ, ୧୭/୦୩: ଚାଇନା ଲୋନ୍ ଆପ୍ ସହ ଜଡ଼ିତ ମାମଲାରେ ଇଡିର ଚାର୍ଜସିଟ୍ ଦାଖଲ। ଇଡି ଏହି ମାମଲାରେ ସମୁଦାୟ ୭ ସଂସ୍ଥା ଏବଂ ପାଞ୍ଚ ଜଣକୁ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି। ମନି ଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ) ଅନୁଯାୟୀ ଇଡିର ସ୍ବତନ୍ତ୍ର ଅଦାଲତ ଏହି ଚାର୍ଜସିଟ୍ ଦାଖଲ କରିଛି। ପେମେଣ୍ଟ ଗେଟଓ୍ବେ ରେଜରପେ, ଚୀନ୍ ନାଗରିକଙ୍କ ଦ୍ବାରା ନିୟନ୍ତ୍ରିତ ତିନି ଫିନ୍ଟେକ୍ କମ୍ପାନୀ (ଡିଜିଟାଲ ଭାବରେ ଆର୍ଥିକ ନେଣଦେଣ କରୁଥିବା କମ୍ପାନୀ), ଏନବିଏଫସି ( ବ୍ୟାଙ୍କିଂ ଲାଇସେନ୍ସ ନଥାଇ ଋଣ ଦେଉଥିବା ଆର୍ଥିକ ସେବା ଯୋଗାଉଥିବା ସଂସ୍ଥା )ଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।
ଅଭିଯୁକ୍ତ ସଂସ୍ଥାଙ୍କ ମଧ୍ୟରେ ଫିନଟେକ୍ କମ୍ପାନୀ ମ୍ୟାଡ ଏଲିଫାଣ୍ଟ ନେଟଓ୍ବର୍କ ଟେକ୍ନୋଲୋଜୀ ପ୍ରାଇଭେଟ ଲିମିଟେଡ୍, ଭେରୋନିକ୍ସ ଟେକ୍ନୋଲୋଜୀ ପ୍ରାଇଭେଟ ଲିମିଟେଡ ଏବଂ କ୍ଲାଉଡ ଆଟଲାସ ଫ୍ୟୁଚର ଟେକ୍ନୋଲୋଜୀ ପ୍ରାଇଭେଟ ଲିମିଟେଡ ସାମିଲ ରହିଛି। ଏହି ତିନି କମ୍ପାନୀ ଚୀନ୍ ନାଗରିକଙ୍କ ଦ୍ବାର ନିୟନ୍ତ୍ରିତ ହେଉଛି। ଆରବିଆଇ ସହ ପଞ୍ଜୀକୃତ ତିନି NBFCs ମଧ୍ୟ ରହିଛନ୍ତି। ଇଡି ପେମେଣ୍ଟ ଗେଟଓ୍ବେ ରେଜରପେ ସଫ୍ଟଓୟାର ପ୍ରାଇଭେଟ୍ ଲିମିଟେଡକୁ ମଧ୍ୟ ଚାର୍ଜସିଟ୍ରେ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି।
ସୂଚନାଥାଉ, ବେଙ୍ଗାଲୁରୁ ପୋଲିସର ସିଆଇଡି ଭିନ୍ନ ଭିନ୍ନ ଗ୍ରାହକଙ୍କ ଠାରୁ ମିଳିଥିବା ଅଭିଯୋଗ ଆଧାରରେ ପ୍ରାଥମିକ ମାମଲା ରୁଜୁ କରିଥିଲା। ଏମାନେ ସେହି ଗ୍ରାହକ ଯେଉଁମାନେ ଋଣ ନେଇଥିଲେ ଏବଂ ଋଣ ଆଦାୟ କରୁଥିବା ଏଜେଣ୍ଟମାନେ ଉତ୍ପୀଡ଼ନର ସାମ୍ନା କରୁଥିଲେ। ଏହା ପରେ ମାମଲା ଇଡିରେ ମନି ଲଣ୍ଡ୍ରିଂ ଅନୁଯାୟୀ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଫିନଟେକ୍ କମ୍ପାନୀ ମାନେ ଡିଜିଟାଲ ଲୋନ୍ ଦେଉଥିବା ଆପ୍ ମାଧ୍ୟମରେ ଋଣ ବିତରଣ ପାଇଁ ଏନବିଏଫସି ସହ ବୁଝାମଣା ଥିଲା।
ଋଣ ଦେବା ପ୍ରକ୍ରିୟା ଫିନଟେକ୍ କମ୍ପାନୀ ଦ୍ବାରା ହେଉଥିଲା ଏବଂ ଏନବିଏଫସି ଜାଣିଶୁଣି କମିଶନ ପାଇଁ ଏମାନଙ୍କୁ ନିଜର ନାମ ବ୍ୟବହାର କରିବାକୁ ଦେଉଛନ୍ତି। ଯାହା ଆରବିଆଇର ଉଚିତ୍ ବ୍ୟବହାର ସଂହିତାର ଉଲ୍ଲଘଂନ।