AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ

4/12/2022 at 10:12 AM

Archana nag ୭ଦିନିଆ ରିମାଣ୍ଡ ଶେଷ

ଭୁବନେଶ୍ୱର ୦୪।୧୨ :  ଅର୍ଚ୍ଚନା ନାଗ ଗିରଫ ମାମଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଇଡିକୁ ତଥ୍ୟ ଦେଲା କମିଶନରେଟ୍ ପୋଲିସ । କମିଶନରେଟ ପୋଲିସ ତଥ୍ୟ ଦେବାରେ ଅବହେଳା କରୁଥିବା ଅଭିଯୋଗ କରି କୋର୍ଟରେ ଆବେଦନ କରିଥିଲା ଇଡି । କୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଇଡିକୁ ତଥ୍ୟ ହସ୍ତାନ୍ତର କରିଛି କମିଶନରେଟ ପୋଲିସ ।

ଖବର ଅନୁଯାୟୀ, ଅର୍ଚ୍ଚନାକୁ ଗିରଫ କରିବା ପରେ କମିଶନରେଟ ପୋଲିସ କାହାକୁ କାହାକୁ ପଚରାଉଚରା କରିଥିଲା , ଅର୍ଚ୍ଚନାଙ୍କ ଘରୁ କଣ ଜବତ ହୋଇଥିଲା, ସ୍ଥାବର ଅସ୍ଥାବର ସମ୍ପତ୍ତି କେତେ ପାଇଥିଲା  । ଏସବୁର ତଥ୍ୟକୁ କମିଶନରେଟ ପୋଲିସ ଇ-ମେଲ ଦ୍ବାରା ଇଡିକୁ ଦେଇଛି । ସେପଟେ ସୋମବାର ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ କୋର୍ଟରେ ହାଜର ପାଇ ନିର୍ଦ୍ଦେଶ ଦିଆଯାଇଛି । ଅର୍ଚ୍ଚନା ଓ ଜଗବନ୍ଧୁ କୋର୍ଟରେ ହାଜର ପରେ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିବ ବୋଲି ଜଣା ପଡିଛି ।

   Related Posts