ଇଡିରେ ହାଜର ହେଲେ ଅକ୍ଷୟ ପରିଜା, ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Published By : Prameya-News7 Bureau | November 22, 2022 IST

ଭୁବନେଶ୍ବର ୨୨।୧୧ : ଇଡିରେ ହାଜର ହେଲେ ଅକ୍ଷୟ ପରିଜା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଇଡିରେ ହାଜର ହେବା ପାଇଁ ହୋଇଥିଲା ନୋଟିସ୍‌ ।

ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲାରେ ଖୋଲତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହିକ୍ରମରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲା ଇଡି। କିନ୍ତୁ ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିଥିଲେ ଅକ୍ଷୟ ପରିଜା । ଆଉ ଏବେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଇଡି ଅଫିସରେ ହାଜର ହୋଇଛନ୍ତି । ଅର୍ଚ୍ଚନା ବ୍ଲାକମେଲ କରୁଥିବା ଅଭିଯୋଗ କରିଥିଲେ ଅକ୍ଷୟ ।

ଏହି କ୍ରମରେ ଅର୍ଚ୍ଚନା ନାଗ ମାମଲାରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ବ୍ୟବସାୟୀ ଅମୀୟ ଦାସ। ଇଡି ତାଙ୍କୁ ପ୍ରାୟ ଛଅରୁ ସାତ ଘଣ୍ଟା ଧରି ଜେରା କରିଥିଲା। ଏହି ସମୟରେ ଇଡି ଅଧିକାରୀଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଥିବା କହିଛନ୍ତି ଅମୀୟ ଦାସ। ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କୁ ସେ ୭ ଲକ୍ଷ ଟଙ୍କା ଦେଇଥିବା କଥା କହିଛନ୍ତି ଅମୀୟକାନ୍ତ ଦାସ। ଫେସବୁକରେ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ତେବେ ବିଗତ ଦିନରେ ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅର୍ଚ୍ଚନା ତାଙ୍କୁ ଆର୍ଥିକ ସହାୟତା ମାଗିଥିଲେ। ତେବେ ସେ ବ୍ୟକ୍ତିଗତ ଭାବେ ଅର୍ଚ୍ଚନା ସାହାଯ୍ୟ କରିନଥିଲେ। ତାଙ୍କ ମାଲିକାନାରେ ଥିବା ଏକେ ଦାସ ଆସୋସିଏଟ ଲିମିଟେଡ୍ ଆକାଉଣ୍ଟରୁ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ସାତ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ ବୋଲି ଅମୀୟକାନ୍ତ ଦାସ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.