Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ଦୁର୍ନୀତି: ଚିନି କଳ ସିଜ୍‌ କଲା ଇଡି, ମାମଲାରେ ରହିଛି ଅଜିତ ପାଓ୍ବାରଙ୍କ ସମ୍ପୃକ୍ତି !

1/07/2021 at 11:00 PM

ମୁମ୍ବାଇ ୧/୦୭: ମହାରାଷ୍ଟ୍ରରେ ସମବାୟ ବ୍ୟାଙ୍କ ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ୬୫ କୋଟି ଟଙ୍କା ମୂଲ୍ୟର ଏକ ଚିନି କଳ ସିଜ୍‌ କରିଛି। ଇଡି ଅଧିକାରୀ ଗୁରୁବାର ସତାରା ଜିଲ୍ଲାର ଚିମନଗ୍ରାମରେ ଥିବା ଜାରନ୍ଦେଶ୍ବର ଚିନି କଳକୁ ଅସ୍ଥାୟୀ ଭାବେ ସିଲ୍‌ କରିଥିବା ଜଣାପଡ଼ିଛି । ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ଇଡିର ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ ।

ନ୍ୟୁଜ୍‌ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁସା​‌ରେ, ଏ ସମସ୍ତ ମାମଲାରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଏବଂ ତାଙ୍କ ପତ୍ନୀଙ୍କ ଲିଙ୍କ ଥାଇପାରେ। ଦୁର୍ନୀତି ମାମଲାରେ ଚିନି କଳ ସିଜ୍‌ ହୋଇଥିବା ବେଳେ ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଏବଂ ତାଙ୍କ ପତ୍ନୀଙ୍କ ସହ ଜଡ଼ିତ ଏକ କମ୍ପନୀର ସମ୍ପୃକ୍ତି ଥିବା ନେଇ ଇଡି ପକ୍ଷରୁ ସୂଚନା ମିଳିଛି।

ଇଡି ପକ୍ଷରୁ କୁହାଯାଇଛି, ‘ଏହି ସମ୍ପତ୍ତି ବର୍ତ୍ତମାନ ଗୁରୁ କମୋଡିଟି ସର୍ଭିସେସ୍‌ ଲିମିଟେଡ୍‌ (ଏକ ନକଲି କମ୍ପାନୀ) ନାଁରେ ରହିଛି। ଏହାସହ ଜରାନ୍ଦେଶ୍ବର ଏସଏସକେକୁ ଭଡ଼ାରେ ଦିଆଯାଇଛି। ସ୍ପାର୍କଲିଙ୍ଗ ସ୍ମାଇଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଜରାନ୍ଦେଶ୍ବର ଚିନି କଳରେ ବହୁ ଅଂଶଧନ ରହିଛି। ଯାଞ୍ଚରୁ ଜଣାପଡ଼ିଛି ଏହି କମ୍ପାନୀର ସମ୍ବନ୍ଧ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଏବଂ ତାଙ୍କ ପତ୍ନୀ ସୁନେତ୍ର ଅଜିତ ପାଓ୍ବାରଙ୍କ ସହ ଜଡ଼ିତ ଏକ କମ୍ପାନୀ ସହ ରହିଛି।’

ଅନ୍ୟପଟେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ମତରେ ଏସଏସକେକୁ କିଣିବା ପାଇ ଅର୍ଥର ବଡ଼ ଅଂଶ ଜରାନ୍ଦେଶ୍ବର ଚିନି କଳରୁ ଆସିଥିଲା ଏବଂ ଏହି କମ୍ପାନୀ ସ୍ପାର୍କଲିଂ ସ୍ମାଇଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରୁ ଅର୍ଥ ଆଣିଥିଲା। ତେବେ ସ୍ପାର୍କଲିଂ ସ୍ମାଇଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ଅଜିତ ପାଓ୍ବାର ଏବଂ ତାଙ୍କ ପତ୍ନୀଙ୍କ ସମ୍ପର୍କ ରହିଛି ବୋଲି ଇଡି କହିଛି ।

   Related Posts