ଟିଏମ୍ସି ନେତା ସାକେତ ଗୋଖଲେ ପୁଣି ଗିରଫ
25/01/2023 at 4:41 PM

କୋଲକାତା: ଦୁର୍ନୀତି ଅଭିଯୋଗରେ ପୁଣି ଜଣେ ଟିଏମ୍ସି ନେତା ଗିରଫ। ଲୋକମାନଙ୍କ ଠାରୁ ଆଦାୟ କରାଯାଇଥିବା ୧.୭ କୋଟି ଟଙ୍କାର ଦୁରୁପଯୋଗ ଅଭିଯୋଗରେ ଇଡି ଟିଏମ୍ସି ନେତା ସାକେତ ଗୋଖ୍ଲେଙ୍କୁ ଗିରଫ କରିଛି। ଗୁଜୁରାଟରେ ସାକେତଙ୍କୁ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ତାଙ୍କୁ ଠକେଇ ଅଭିଯୋଗରେ ଗୁଜରାଟର ଏକ ଜେଲ୍ରେ ରଖାଯାଇଛି ଇଡି ସୂଚନା ଦେଇଛି।
ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୩୦ ତାରିଖରେ ମଧ୍ୟ ଗୋଖଲେଙ୍କୁ ଦିଲ୍ଲୀରୁ ଗରିଫ କରିଥିଲା ଅହମଦାବାଦ ସାଇବର କ୍ରାଇମ୍ ବ୍ରାଞ୍ଚ୍। ଏହାକୁ ମିସାଇ ଠକେଇ ମାମଲାରେ ଗୋଖ୍ଲେଙ୍କୁ ଗୁଜରାଟ ପୁଲିସ ୩ ଥର ଗିରଫ କରି ସାରିଲାଣି।
ଡିସେମ୍ବର ୬ ତାରିଖରେ ତାଙ୍କୁ ପ୍ରଥମେ ଗିରଫ କରାଯାଇଥିଲା। ମୋରବୀ ଝୁଲା ପୋଲ ଘଟଣାରେ ମିଛ ଖବର ପ୍ରଚାର ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ଗୁଜୁରାଟ ପୁଲିସ୍। ଏହାପରେ ଜାମିନ୍ ପାଇଁ ସେ ପୁଣି ମୁକୁଳିଥିଲେ।