M3M ପ୍ରମୋଟର ରୁପ୍ ବଂସଲ ଗିରଫ : ମନି ଲଣ୍ଡ୍ରିଂ ମାମଲାରେ ବାନ୍ଧିଲା ED, ୬୦ କୋଟିର କାର୍ ସିଜ୍
10/06/2023 at 10:12 AM

ଗୁରୁଗ୍ରାମ ୧୦।୦୬ : M3M ପ୍ରମୋଟର ରୁପ୍ କୁମାର ବଂସଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ନିବେଶକଙ୍କୁ ଠକିବା ଏବଂ ଫ୍ଲାଟ କିଣାବିକାରେ ହେର୍ଫେର୍ ସହ ମନି ଲଣ୍ଡ୍ରିଂର ସଙ୍ଗୀନ ଅଭିଯୋଗ ରହିଛି । ଗିରଫ ପରେ ରୁପ କୁମାର ବଂସଲଙ୍କୁ ଇଡି ପଞ୍ଚକୁଲା ନେଇଯାଇଛି । ସେଠାରେ ତାଙ୍କୁ ପଚରାଉଚରା ଜାରି ରହିଛି ।
ତେବେ ମିଳିଥିବା ସୂଚନା ଅନୁସାରେ, M3M ପ୍ରମୋଟର ରୁପ୍ କୁମାର ବଂସଲଙ୍କ ଦିଲ୍ଲୀ ଏବଂ ଗୁରୁଗ୍ରାମର ଏକାସାଙ୍ଗେ ୭ଟି ସ୍ଥାନରେ ଚଢାଉ କରିଛି ଇଡି । ଏହି ଚଢାଉରେ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଖାସ୍ କରି ୧୭ଟି ଦାମୀ ଗାଡି ମିଳିଛି । ଯେଉଁଥିରେ ଲମ୍ବର ଗିନି, ଲ୍ୟାଣ୍ଡ ରୋଭର, ରଲ୍ସ ରୟଲ, ମର୍ସିଡିଜ୍ ବେଞ୍ଚ ରହିଛି । ଯାହାର ମୂଲ୍ୟ ୬୦ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ସେହିପରି ତାଙ୍କ ଘରୁ ୧୫ ଲକ୍ଷ ଟଙ୍କାର ନଗଦ ଟଙ୍କା ସହ ୫.୭୫ କୋଟି ଟଙ୍କାର ଅଳଙ୍କାର ଜବତ ହୋଇଛି । ଇଡି ଘଟଣାରେ ଆକ୍ସନ ନେଇ ରୁପ୍ କୁମାର ବଂସଲଙ୍କ ନାଁରେ ମଧ୍ୟ ମାମଲା କରିଛି । ଏହାବ୍ୟତୀତ ମନି ଲଣ୍ଡ୍ରିଂ ମାମଲା ମଧ୍ୟ ରହିଛି । ଯାହାର ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ସୂଚନାଯୋଗ୍ୟ ଯେ, ଗତ କିଛି ଧରି ଇଡି ପୁରା ବଂସଲ ପରିବାର ତଦନ୍ତ ଠାରୁ ଦୂରେଇ ରହୁଥିଲେ । ଶେଷରେ ବାଧ୍ୟ ହୋଇ ଇଡି ପୁରା ବଂସଲ ପରିବାର ବିରୋଧରେ ଆକ୍ସନ ନେଇଛି । ନିବେଶକଙ୍କ ଟଙ୍କାକୁ ଦୂରୂପଯୋଗ କରିଥିବାର ମଧ୍ୟ ଅଭିଯୋଗ ରହିଛି ।
You Can Read :