ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ, ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ଅନୁମାନ
31/01/2023 at 1:25 PM

ନୂଆଦିଲ୍ଲୀ: ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଛି । ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ । ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଉଛି ।
ଭାରତୀୟ ଅର୍ଥ ବ୍ୟବସ୍ଥା ସମସ୍ତ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ୨୦୨୨ରେ ମୁଦ୍ରାସ୍ପିତି ଆରବିଆଇ ଲକ୍ଷ୍ୟ ସୀମା ଭିତରେ ରହିଛି । ଅପ୍ରେଲ- ନଭେମ୍ବର ୨୦୨୨ ପ୍ରତ୍ୟକ୍ଷ ଟିକସ ଆଦାୟ ବୃଦ୍ଧି ପାଇଛି । ସହରୀ ବେରୋଜଗାର ଏବଂ କର୍ମଚାରୀ ଭବିଷ୍ୟମନିଧିରେ ଦ୍ରୁତ ସୁଦ୍ଧ ପଞ୍ଜିକରଣ ରୋଜଗାରକୁ ସମ୍ବୃଦ୍ଧି ଘଟିଛି ।
ସାର୍ବଜନିନ ବସ୍ତୁର ନିର୍ମାଣ ବୃଦ୍ଧି, କୃଷି ଉତ୍ପାଦନ ବୃଦ୍ଧି ଏବଂ ବିକାଶର ସହ-ଭାଗିଦାରୀ କ୍ଷେତ୍ର ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଫୋସକ୍ ଦେଉଛନ୍ତି । ଆର୍ଥିକ ବାଲାନ୍ସ ସିଟ୍ ପାଇଁ ବ୍ୟାଙ୍କ ଋଣ ପ୍ରଦାନ ବୃଦ୍ଧି ଘଟିଛି । କ୍ରେଡିଟ୍ ଅଫଟେକ୍ରେ ବୃଦ୍ଧି ଘଟିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଅପ୍ରେଲ ୨୦୨୨ରେ ଅନୁସୂଚିତ ବାଣିଜ୍ୟକ ବ୍ୟାଙ୍କ ଦ୍ବାରା ଗୋ-ଖାଦ୍ୟ ଋଣ ପ୍ରଦାନ ବଢ଼ିଛି ।
ଏସସିବି Scheduled Commercial Bankର ସଫଳ ଜିଏନପିଏ ଅନୁପାତ ନିମ୍ନ ସ୍ତରରୁ ୫.୦ରେ ପହଞ୍ଚିଛି ।
ସାମାଜିକ କ୍ଷେତ୍ର ବ୍ୟୟ ଅର୍ଥାତ୍ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖର୍ଚ୍ଚ ୨୧.୩ଲାକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ୨୦୧୬ ଆର୍ଥିକ ବର୍ଷରେ ୯.୧ଲକ୍ଷ କୋଟି ଟଙ୍କା ରହିଥିଲା ।
କୋଭିଡ୍ ସମୟରେ ଲୋକଙ୍କୁ ୨୨୦କୋଟିରୁ ଅଧିକ ଟିକା ପ୍ରଦାନ କରାଯାଇଛି । ୟୁଏନଡିପିର ୨୦୨୨ ଗରିବ ସୂଚକାଙ୍କ ରିପୋର୍ଟ ଅନୁଯାୟୀ, ୨୦୦୫-୦୬ ଏବଂ ୨୦୧୯-୨୦ ମଧ୍ୟରେ ଭାରତ ୪୧.୫କୋଟି ଲୋକ ଗରିବରୁ ବାହାରି ଛନ୍ତି ବୋଲି ଆର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।