Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାଖେଇ ଆସୁଛି ଭୟଙ୍କର ସ୍ଥିତି; ଚାକିରି ଯିବ ଓ ଶେୟାର ମାର୍କେଟ୍ ଖସିବ, ୨୦୦୮ ଆର୍ଥିକ ସଂକଟର ଭବିଷ୍ୟବାଣୀ କରିଥିବା ଅର୍ଥନୀତିଜ୍ଞଙ୍କ ଚେତାବନୀ, କ’ଣ କରିବେ ନିବେଶକ ?

23/09/2022 at 9:10 PM

ନୂଆଦିଲ୍ଲୀ: ଆମେରିକା ସମେତ ପୂରା ବିଶ୍ୱର ଅର୍ଥନୀତି ପାଇଁ ସଂକଟ ପାଖେଇ ଆସୁଛି। ଭୟଙ୍କର ଆର୍ଥିକ ଦୁର୍ଭିକ୍ଷର ଶିକାର ହେବାକୁ ଯାଉଛି ବିଶ୍ୱ। କିଛି ଏଭଳି ଚେତାବନି ଦେଇଛନ୍ତି ପ୍ରଖ୍ୟାତ ଅର୍ଥନୀତିଜ୍ଞ ନୁରୀଲ ରୁବିନୋ। ଇଏ ସେହି ଅର୍ଥନୀତିଜ୍ଞ ଯିଏ ୨୦୦୮ର ଭୟଙ୍କର ଆର୍ଥିକ ସଂକଟ ବିଷୟରେ ଭବିଷ୍ୟବାଣୀ କରିଥିଲେ। ଏହି ବର୍ଷରେ ବିଶ୍ୱର ଶେୟାର ବଜାର କ୍ରାସ ହୋଇଯାଇଥିଲା ଓ ବହୁସଂଖ୍ୟାରେ ଲୋକେ ଚାକିରି ହରାଇଥିଲେ। ଏବେ ପୁଣିଥରେ ଆର୍ଥିକ ସଂକଟର ବିପଦ ଜାଣିପାରିଲେଣି ରୁବିନୋ।

ରୁବିନୋଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ଶେଷ ବେଳକୁ ଆମେରିକା ସମେତ ପୂରା ବିଶ୍ୱରେ ଆର୍ଥିକ ସଂକଟ ଦେଖାଦେବ। ଯାହା ୨୦୨୩ ଶେଷ ପର୍ଯ୍ୟନ୍ତ ଚାଲିବ। ଏକ ବର୍ଷ ପାଇଁ ଆର୍ଥିକ ସଂକଟ ଦେଖିବ ପୂରା ବିଶ୍ୱ। ଆମେରିକା ଶେୟାର ବଜାରର
ସୂଚାକାଂକ ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ ୫୦୦(S&P 500) ୩୦ ପ୍ରତିଶତ ହ୍ରାସ ପାଇବ। ଯଦି ଦ୍ରୁତ ଗତିରେ ହ୍ରାସ ପାଇଲା ତେବେ ଏହା ୪୦ ପ୍ରତିଶତକୁ ଯାଇପାରେ ବୋଲି ଏକ ସାକ୍ଷାତକାରରେ ରୁବିନୋ କହିଛନ୍ତି।  

ମହଙ୍ଗାସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆମେରିକା ସେଣ୍ଟ୍ରାଲ ବ୍ୟାଙ୍କ ଫେଡ୍ ରିଜର୍ଭ ବାରମ୍ବାର ସୁଧ ହାର ବଢ଼ାଇ ଚାଲିଛି। ଏଥିରେ ରୁବିନୋ କହିଛନ୍ତି ଯେ ଫେଡ୍‌ ରିଜର୍ଭ ପାଖରେ କୌଣସି ବିକଳ୍ପ ନାହିଁ। ଅନେକ କର୍ପୋରେଟ୍ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକର ଅସ୍ତିତ୍ୱ ରହିନପାରେ ବୋଲି ରୁବିନୋ କହିଛନ୍ତି। ଏପଟେ ସରକାର ରାଜକୋଷ ବୃଦ୍ଧି ପାଇଁ ପ୍ରୋତ୍ସାହନ ଦେବାର ସମ୍ଭାବନା ନାହିଁ କାରଣ ସରକାର ପ୍ରଥମରୁ ହିଁ ଋଣରେ ବୁଡ଼ି ରହିଛନ୍ତି। ୧୯୭୦ ଭଳି ସ୍ଥିତି ଆସିପାରେ ବୋଲି ରୁବିନୋ ଆଶଙ୍କା କରିଛନ୍ତି।

ନିବେଶକଙ୍କୁ ମନ୍ତ୍ର- ଆର୍ଥିକ ସଂକଟ ଦେଖି ପ୍ରଖ୍ୟାତ ଅର୍ଥନୀତିଜ୍ଞ ନୁରୀଲ ରୁବିନୋ ନିବେଶକଙ୍କ ପାଇଁ ଉପଦେଶ ଦେଇଛନ୍ତି। ନିବେଶକମାନେ ଇକ୍ୱିଟିକୁ କୋହଳ କରିବାର ଆବଶ୍ୟକତା ଅଛି। ପାଖରେ ଅଧିକ ନଗଦ ହେବା ଆବଶ୍ୟକ। ତା ସହ ଲମ୍ବା ଅବଧି ବଣ୍ଡ ଠାରୁ ଦୂରେଇ ରହି ଶର୍ଟଟର୍ମ ଟ୍ରାଜେରୀ ଭଳି ଇନ୍‌ଫେଲସନ ଇଣ୍ଡେକ୍ସ ବଣ୍ଡରେ ନିବେଶ କରିପାରିବେ ବୋଲି ରୁବିନୋ କହିଛନ୍ତି। ସୂଚନା ଥାଉକି ରୁବିନୋ ୨୦୦୭-୮ରେ ଆସିଥିବା ଆର୍ଥିକ ସଂକଟର ଭବିଷ୍ୟବାଣୀ କରିଥିଲେ। ଏଥିପାଇଁ ତାଙ୍କୁ ଡକ୍ଟର ଡୁମ୍‌ ନାମ ଦିଆଯାଇଥିଲା।  

   Related Posts