ବିଦେଶୀ ପର୍ଯ୍ୟଟକଙ୍କୁ ଟାଣୁଛି ତାଜମହଲ, ଲାଲକିଲ୍ଲା; ସର୍ଭେରେ ଶୀର୍ଷରେ ଦିଲ୍ଲୀର ପର୍ଯ୍ୟଟନସ୍ଥଳି

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ପର୍ଯ୍ୟଟନସ୍ଥଳି ଗୁ଼ଡ଼ିକ ମଧ୍ୟରେ ଦିଲ୍ଲୀର ଭୂମିକା ଗୁରୁତ୍ବପୂର୍ଣ୍ଣ । ସ୍ବଦେଶୀ ହୁଅନ୍ତୁ କି ବିଦେଶୀ, ସମସ୍ତଙ୍କ ପ୍ରଥମ ପସନ୍ଦ ରାଜଧାନୀ । ଦିଲ୍ଲୀର ପର୍ଯ୍ୟନ୍ତସ୍ଥଳି ସମସ୍ତଙ୍କୁ ଆକୃଷ୍ଟ କରୁଛି । ମଧ୍ୟଯୁଗର ସ୍ଥାପତ୍ୟକଳା ପର୍ଯ୍ୟଟକ ମାନଙ୍କୁ ଏଠାକୁ ଟାଣି ଆଣୁଛି । ଲାଲକିଲ୍ଲା ହେଉ କି ପ୍ରେମର ପ୍ରତୀକ ତାଜହମଲକୁ ଦେଖିବା ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି । ସେହିପରି ମୋତି ମହଲ, ଇଣ୍ଡିଆ ଗେଟ୍, କୁତବମୀନାର ଦେଖିବାକୁ ଧାଇଁ ଆସୁଛନ୍ତି ଲୋକେ । ତେବେ ସାରା ବିଶ୍ବରେ ପର୍ଯ୍ୟଟକସ୍ଥଳୀ ଗୁଡ଼ିକ ମଧ୍ୟରେ ଦିଲ୍ଲୀ ସର୍ବାଗ୍ରେ ରହିଛି । ଦେଶ ଓ ବିଦେଶରୁ ସର୍ବାଧିକ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ମୁତାବକ, ୨୦୨୨-୨୩ ଆର୍ଥିକ ବର୍ଷରେ ଦିଲ୍ଲୀକୁ ୧୯.୩୨ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ପ୍ରାୟ ୩୧.୨୧ ପ୍ରତିଶତ ବିଦେଶୀ ଦିଲ୍ଲୀ ବିମାନବନ୍ଦରକୁ ବ୍ୟବହାର କରିଛନ୍ତି ।  

ଭାରତରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ପାଇଁ ୮ଟି ଅନ୍ତରାଷ୍ଟ୍ରୀୟ ଚେକ୍ ପୋଷ୍ଠ ରହିଛି । ଦିଲ୍ଲୀ, ମୁମ୍ବାଇ, ହରିଦାସପୁର, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଚି ଏବଂ କୋଲକାତା ଆନ୍ତଜାର୍ତୀକ ବିମାନବନ୍ଦର ଦେଇ ବିଦେଶୀ ପର୍ଯ୍ୟକ ଭାରତକୁ ଆସିଥାନ୍ତି । ଦିଲ୍ଲୀ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ମୁତାବକ, ଦିଲ୍ଲୀ ପରେ ମୁମ୍ବାଇ ଏୟାରପୋର୍ଟକୁ ଦ୍ବିତୀୟ ସର୍ବାଧିକ ବିଦେଶୀ ପର୍ଯ୍ୟଟକ ବ୍ୟବହାର କରିଛନ୍ତି । ଦିଲ୍ଲୀରେ ଏମାନେ ଲାଲକିଲ୍ଲା, କୁତବମିନାର, ତାଜମହଲ, ହୁମାୟୁ ଟମ୍, ମୋତି ମହଲ ଆଦି ଦେଖିବାକୁ ଆସୁଛନ୍ତି । ଏଏସଆଇର ପୂରାତତ୍ବ ସ୍ଥାପତ୍ୟ ମାନଙ୍କ ମଧ୍ୟରେ ଏହିସବୁ ପର୍ଯ୍ୟଟନସ୍ଥଳି ବିଦେଶୀ ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ ପାଲଟିଛି ।

wp:embed {"url":"https://www.prameyanews7.com/find-out-how-much-money-political-parties-have-spent-on-facebook-instagram-and-the-app-since-2014/","type":"wp-embed","providerNameSlug":"prameya-news-7"}
https://www.prameyanews7.com/find-out-how-much-money-political-parties-have-spent-on-facebook-instagram-and-the-app-since-2014/
/wp:embed

ଗୁଜରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପରେ ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳ  ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଅମରାବତୀ ପାଲଟିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାୟ ୮୫.୯୦ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ୯.୫୦ ପ୍ରତିଶତ ଲୋକ ଦିଲ୍ଲୀରେ ରହିବା ସହିତ ବିଭିନ୍ନ ଐତିହାସିକସ୍ଥଳି ବୁଲିଛନ୍ତି ।

ତାହମହଲ ବିଦେଶୀ ଓ ସ୍ବଦେଶୀ ପର୍ଯ୍ୟଟକଙ୍କ ସବୁଠାରୁ ପସନ୍ଦର ସ୍ଥାନ । ପ୍ରେମର ପ୍ରତୀକ ତାହମହଲ ଶୀର୍ଷରେ ରହିଛି । ଦ୍ବିତୀୟ ସ୍ଥାନରେ ଦିଲ୍ଲୀର ଲାଲକିଲ୍ଲା ରହିଛି । ଗତବର୍ଷ ଏଠାକୁ ୨୨.୦୧ ଲକ୍ଷ ପର୍ଯ୍ୟଟକ ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.