ଇସ୍ତଫା ଦେଲେ ଯୋଗୀ ଆଦିତ୍ୟନାଥଙ୍କ ଅର୍ଥନୈତିକ ପରାମର୍ଶଦାତା, ସାମ୍ନାକୁ ଆସିଲା କାରଣ

Published By : Prameya-News7 Bureau | December 28, 2021 IST

ଲକ୍ଷ୍ନୈ, ୨୮/୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅର୍ଥନୈତିକ ପରାମର୍ଶଦାତା କେଭି ରାଜୁ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ପୂର୍ବରୁ ଯେଉଁ ଯେଉଁ କମିଟିରେ ସେ ଆର୍ଥିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ ତାଙ୍କ ସ୍ଥାନରେ ଅନ୍ୟଜଣେ ଅର୍ଥନୀତିଜ୍ଞଙ୍କୁ ନିଯୁକ୍ତ କରାଯିବ । ଯୋଗୀ ସରକାର ସତ୍ତାକୁ ଆସିବା ପରେ ଫେବୃଆରୀ ୨୦୧୮ରୁ ସେ ମୁଖ୍ୟମନ୍ତ୍ରୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳୁଥିଲେ ।

କେଭି ରାଜୁ କିଛି ରାଜ୍ୟର ଯୋଜନା ଆୟୋଗ ସହିତ କାମ କରିସାରିଛନ୍ତି । ସେ ଯୋଗୀଙ୍କର ଅର୍ଥ ପରାମର୍ଶଦାତା  ଭାବେ ପୂର୍ବାଞ୍ଚଳ ବୁନ୍ଦେଲ୍‌ଖଣ୍ଡ ବିକାଶ ବୋର୍ଡ ଗଠନ ଠାରୁ ନେଇ ଜିଲ୍ଲାର ଜିଏସ୍‌ଡିପି ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ।

ଦେଶର ଅର୍ଥବ୍ୟବସ୍ଥା ୫୦ ଆରବ ଡଲାର ପର୍ଯ୍ୟନ୍ତ ପହଞ୍ଚାଇବା ଲକ୍ଷ୍ୟରେ ଉତ୍ତରପ୍ରଦେଶର ଭାଗିଦାରୀ ୧୦ ଆରବ ଡଲାର ରହିଛି । ଏଥି ସମ୍ୱନ୍ଧିତ  କାର୍ଯ୍ୟ ଯୋଜନା ତାଙ୍କ ତତ୍ତ୍ୱବଧାନରେ ଆଗକୁ ବଢୁ଼ଥିଲା । ସେପ୍ଟେମ୍ୱର, ୨୦୧୯ରେ ଆଇଆଇଏମ୍ ଲକ୍ଷ୍ନୈ ସହିତ ମନ୍ତ୍ରୀ ଏବଂ ଅଫିସରଙ୍କ କାର୍ଯ୍ୟକ୍ରମ ଭଳି ପ୍ରୟାସ ତାଙ୍କ ଉଦ୍ୟମରେ ସଫଳ ହୋଇଛି । କୁହାଯାଉଛି ଯେ, ସେ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଭାରରୁ ମୁକ୍ତ ହୋଇ କୌଣସି ଏକ ଅର୍ଥନୈତିକ ପ୍ରୋଜେକ୍ଟରେ ଯୋଗଦେବା ନେଇ କିଛିଦିନ ହେବ ପ୍ରୟାସ କରୁଛନ୍ତି । ଏକ ରିସର୍ଚ୍ଚ ପ୍ରୋଜେକ୍ଟ କିଛିଦିନ ତଳେ ତାଙ୍କୁ ମିଳିଥିବା କାରଣରୁ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ପରେ ତାଙ୍କ ଇସ୍ତଫାକୁ ମଞ୍ଜୁର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.