ରାଜ୍ୟରେ ଆରମ୍ଭ ହେଲା ଇକୋ ରିଟ୍ରିଟ୍, ୭ଟି ପର୍ଯ୍ୟଟସ୍ଥଳୀରେ ଏହାର ମଜ୍ଜା ଉଠାଇବେ ପର୍ଯ୍ୟଟକ

Published By : Prameya-News7 Bureau | December 15, 2021 IST

ଭୁବନେଶ୍ବର ୧୫।୧୨: ପ୍ରକୃତି କୋଳରେ ଅସୀମିତ ମଜା । କେଉଁଠି ସମୁଦ୍ର ଜଳରାଶିରେ ତ ଆଉ କେଉଁଠି ଘଞ୍ଚ ଜଙ୍ଗଲରେ । ଜେଟ ସ୍କାଏରେ ଆକାଶକୁ ଛୁଇଁବାର ପ୍ରୟାସ ସାଙ୍ଗକୁ ଜଳକ୍ରୀଡାରେ ବିସ୍ତୀର୍ଣ୍ଣ ନୀଳ ଜଳରାଶି ସହ ଏକାକାର ହୋଇଯିବାର ଅନୁଭୂତି । ଏମିତି ନିଆରା ଅନୁଭୂତି ଆଣିଦେବ ଇକୋ ରିଟ୍ରିଟ । ଆଜିଠୁ ୭ଟି ପର୍ଯ୍ୟଟସ୍ଥଳୀରେ ଇକୋ ରିଟ୍ରିଟ କାର୍ଯ୍ୟକ୍ରମକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୱେବସାଇଟ ecoretreat.odishatourism.gov.in ରେ ବୁକିଂ କରିପାରିବେ ।

{"id":560080,"width":754,"height":415,"sizeSlug":"full","linkDestination":"none"}

ପ୍ରଥମ ଥର ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ୭ଟି ସ୍ଥାନରେ ଆୟୋଜିତ ହେଉଛି ଇକୋ ରିଟ୍ରିଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେଏକକାଳୀନ ୭ଟି ସ୍ଥାନରେ ଉତ୍ସବର ଉଦଘାଟନ କରିଛନ୍ତି । ଏଥିପାଇଁ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡି, ହୀରାକୁଦ ସମେତ ଗଞ୍ଜାମର ସୋନପୁର ଓ କୋରାପୁଟର ପୁଟସିଲରେ ବିଶାଳ ଉତ୍ସବ ଆୟୋଜନ ହୋଇଛି ।  ଇକୋ ରିଟ୍ରିଟ ପାଇଁ ସଜେଇ ହୋଇଛି କୋଣାର୍କ । ପର୍ଯ୍ୟଟକଙ୍କୁ ପ୍ରକୃତି ସହ ବାନ୍ଧି ରଖିବାକୁ ସବୁ ପ୍ରକାର ସୁବିଧା ହୋଇଛି । ପର୍ଯ୍ୟଟକମାନେ ରାଇଫଲ ସୁଟିଂରୁ ଆରମ୍ଭ କରି ଜଳକ୍ରୀଡାର ମଜା ନେବେ । ମନୋରଞ୍ଜନ ପାଇଁ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିବେ ପର୍ଯ୍ୟଟକ । ସେହିପରି ହୀରାକୁଦ ଇକୋ ରିଟ୍ରିଟରେ ଅତିଥିମାନଙ୍କ ପାଇଁ ୨୫ଟି କଟେଜ ନିର୍ମାଣ ହୋଇଥିବାବେଳେ ବୁକିଂ ଆରମ୍ଭ ହୋଇଗଲାଣି । ଏଥର ସ୍ପିଡ ବୋଟ, ଫ୍ୟାମିଲି ବୋଟ୍, ଜେଟ୍ ସ୍କାଏ ଓ ପାରା ମୋଟରିଂର ମଜା ନେବେ ଦର୍ଶକ ।

{"id":560082,"width":754,"height":415,"sizeSlug":"full","linkDestination":"none"}

ଏପଟେ କେନ୍ଦ୍ରାପଡା ଭିତରକନିକା ପେଣ୍ଠ ବେଳାଭୂମିରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ । ପର୍ଯ୍ୟଟକମାନଙ୍କ ପାଇଁ ୨୫ଟି ଅସ୍ଥାୟୀ ତମ୍ବୁର ବ୍ୟବସ୍ଥା କରାଯାଇଛି । ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ୱାଚ ଟାୟାର ଓ ସେଲ୍ଫି ପଏଣ୍ଟ ଆଦି କରାଯାଇଛି । ସେହିପରି ପ୍ରଥମ ଥର ପାଇଁ ଗଞ୍ଜାମର ପତି ସୋନପୁର ବେଳାଭୂମିରେ ବିଶାଳ ଉତ୍ସବ ଆୟୋଜନ ହୋଇଛି । ପର୍ଯ୍ୟଟକଙ୍କ ପାଇଁ ୨୫ଟି କଟେଜର ବ୍ୟବସ୍ଥା କରାଯାଇଛି । ସୁସ୍ବାଦୁ ଓଡିଆ ଖାଦ୍ୟ, ପାନୀୟ ସାଙ୍ଗକୁ ଜଳକ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇପାରିବେ ପର୍ଯ୍ୟଟକ । ଇକୋ ରିଟ୍ରିଟରେ ସୋନପୁର ସହ କୋରାପୁଟର ପୁଟସିଲକୁ ଯୋଡା ଯାଇଛି । ସେଠାରେ ମଧ୍ୟ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସୁବିଧା କରାଯାଇଛି ।

{"id":560084,"width":752,"height":414,"sizeSlug":"full","linkDestination":"none"}

ଇକୋ ରିଟ୍ରିଟକୁ ଲୋକେ ଧୀରେ ଧୀରେ ପସନ୍ଦ କରୁଥିବା ବେଳେ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ମଧ୍ୟ ଏଥିରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି । ଯେଉଁଥିପାଇଁ ଇକୋ ରିଟ୍ରିଟକୁ ଆହୁରି ସରସ ସୁନ୍ଦର କରିବାକୁ ଗୁରୁତ୍ୱ ଦେଉଛନ୍ତି ସରକାର । ୨୦୨୬ ଯାଏଁ ୭ଟି ସ୍ଥାନରେ ଇକୋ ରିଟ୍ରିଟ କରିବାକୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ଯଦି ଏଥର ପର୍ଯ୍ୟଟକଙ୍କ ଆଗମନ ଠିକ ରୁହେ ଓ ଉତ୍ସବ ସଫଳ ହୁଏ ଆଗାମୀ ୫ ବର୍ଷ ପାଇଁ ଉତ୍ସବସ୍ଥଳ ଅପରିବର୍ତ୍ତିତ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.