ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଏଣିକି SCBରେ କରୋନା ସଂକ୍ରମିତଙ୍କୁ ମାଗଣାରେ ମିଳିବ ଇକମୋ ସେବା, ୯ଟି ମେସିନ୍ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

27/08/2021 at 1:14 PM

କଟକ ୨୭।୮: କଟକ ଏସସିବି ମେଡିକାଲରେ ଶୁକ୍ରବାର ଉଦଘାଟିତ ହୋଇଛି ବହୁ ପ୍ରତିକ୍ଷୀତ ଇକମୋ ଚିକିତ୍ସା କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଶୁକ୍ରବାର କଟକରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଇକମୋ ମେସିନର ଲୋକାର୍ପିତ କରିଥିଲେ । ଏଠାରେ କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କୁ ମାଗଣାରେ ଇକମୋ ଚିକିତ୍ସା ମିଳିବ ।

ଓଡିଶା ତଥା ପୂର୍ବ ଭାରତର ଚିକିତ୍ସା କ୍ଷେତ୍ରରେ ଲିପିବଦ୍ଧ ହୋଇଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ । କଟକ ଏସସିବି ମେଡିକାଲରେ ଉଦଘାଟିତ ହୋଇଛି ଇକମୋ ଚିକିତ୍ସା କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କଟକ ଆସି ୯ଟି ମେସିନକୁ ଉଦଘାଟନ କରିଛନ୍ତି । ଏସସିବି ମେଡିକାଲ ଦେଶର ଦ୍ବିତୀୟ ସରକାରୀ ମେଡିକାଲ ଯେଉଁଠି ମାଗଣାରେ କରୋନା ସଂକ୍ରମିତଙ୍କୁ ମାଗଣାରେ ମିଳିବ ଇକମୋ ଚିକିତ୍ସା ।

ପୂର୍ବରୁ ଇକମୋ ଚିକିତ୍ସା ପାଇଁ ରୋଗୀମାନେ ଏୟାରଲିପ୍ଟିଂ ହୋଇ ବାହାରକୁ ଯାଉଥିଲେ। ଏଥିପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିଲା। ଅଧିକାଂଶ ଗରିବ ଓ ମଧ୍ୟବିତ୍ତ ପରିବାର ଏହି ଚିକିତ୍ସା କଥା ଭାବି ପାରୁନଥିଲେ। ଏବେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ କଟକରେ ମାଗଣାରେ ଏହି ଚିକିତ୍ସା ମିଳିପାରିବ। ଇକମୋ ଚିକିତ୍ସା ପାଇଁ ଦୁଇଟି ମେଡିକାଲ ଓ ବୈଷୟିକ ଟିମ୍ କୋଲକାତାରୁ ପ୍ରଶିକ୍ଷଣ ନେଇ ଫେରିଛନ୍ତି।

   Related Posts