ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଫମ୍ପା ନିର୍ବାଚନୀ ପ୍ରତିଶ୍ରୁତି ଦିଅ ନାହିଁ, ରାଜନୈତିକ ଦଳ ଗୁଡିକୁ ଚିଠି ଲେଖିଲେ ନିର୍ବାଚନ ଆୟୋଗ

4/10/2022 at 5:37 PM

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦେଶର ସବୁ ରାଜନୈତିକ ଦଳ ଗୁଡିକୁ ଚିଠି ଲେଖିଛନ୍ତି । ଏହି ପତ୍ରରେ ନିର୍ବାଚନ ଆୟୋଗ ରାଜନୈତିକ ଦଳ ଗୁଡିକୁ ନିର୍ବାଚନୀ ପ୍ରତିଶ୍ରୁତି ଉପରେ ସତର୍କ କରାଇଛନ୍ତି । ଏଥିରେ ରାଜନୈତିକ ଦଳ ଗୁଡିକୁ କୌଣସି ଫମ୍ପା ନିର୍ବାଚନୀ ପ୍ରତିଶ୍ରୁତି ନ ଦେବାକୁ କହିଛନ୍ତି । ପ୍ରତିଶ୍ରୁତି ଦିଆଯିବା ସମୟରେ, ସେ ସବୁକୁ ଆର୍ଥିକ ରୂପେ ପୂରଣ କରିବା ଯୋଗ୍ୟ କି ନୁହେଁ, ତାହା ଉପରେ ନଜର ରଖିବାକୁ କୁହାଯାଇଛି ।

ଆୟୋଗ କହିଛନ୍ତି, ନିର୍ବାଚନ ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ସୂଚନା ପ୍ରଦାନ ନ କରିବା ଏବଂ ଏହାର ଆର୍ଥିକ ସ୍ଥିରତା ଉପରେ ପଡିବାକୁ ଥିବା ପ୍ରଭାବକୁ ଅଣଦେଖା ଯାଇପାରିବ ନାହିଁ । ଫମ୍ପା ନିର୍ବାଚନୀ ପ୍ରତିଶ୍ରୁତିର ଦୂରଗାମୀ ପ୍ରଭାବ ପଡିଥାଏ । ଚିଠିରେ ସବୁ ପ୍ରତିଶ୍ରୁତିକୁ ବିସ୍ତୃତରେ ଲୋକଙ୍କ ଆଗରେ ରଖିବାକୁ ପ୍ରସ୍ତାବ ଦିଆଯାଇଛି । ଏହାସହ ଏହାର ଲାଭ ଏବଂ ଆର୍ଥିକ ପକ୍ଷ ମଧ୍ୟ ରଖିବାକୁ କୁହାଯାଇଛି । ଅକ୍ଟୋବର ୧୯ ସୁଦ୍ଧା ଏହା ଉପରେ ନିଜ ମତ ରଖିବାକୁ ସବୁ ରାଜନୈତିକ ଦଳ ଗୁଡିକୁ ଆୟୋଗ କହିଛନ୍ତି ।

ଏହା ପୂର୍ବରୁ ସୋମବାର ଅଗଷ୍ଟ ୩ରେ ନିର୍ବାଚନ ପୂର୍ବ ମାଗଣା ଯୋଜନା ବାବାଦରେ ଦାଖଲ କରାଯାଇଥିବା ଯାଚିକା ଉପରେ ଶୁଣାଣି କରିଥିଲେ । ଶୁଣାଣି ସମୟରେ କୋର୍ଟ ରେୱଡି ପ୍ରଥା ଉପରେ କଠୋର ହୋଇ ନିର୍ବାଚନ ପୂର୍ବରୁ ଏହାର ସମାଧାନ ବାହାର କରିବା ପାଇଁ କେନ୍ଦ୍ର ସରକାର, ନିର୍ବାଚନ ଆୟୋଗ ଏବଂ ଯାଚିକାର ସବୁ ପକ୍ଷଙ୍କ ଠାରୁ ଏକ ସଂସ୍ଥାର ଗଠନ ପାଇଁ ପରାମର୍ଶ ଲୋଡିଥିଲେ ।

   Related Posts