ନୂଆଦିଲ୍ଳୀ ୧୦/୦୬: ବାଜିଲା ବିଗୁଲ୍ । ୧୦ ଜୁଲାଇରେ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ସମେତ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ ।
୧୩ ଟି ଆସନରେ ଉପ-ନିର୍ବାଚନ ପାଇଁ ଜୁଲାଇ ୧୦ରେ ଭୋଟ୍ ଅନୁଷ୍ଠିତ ହେବ। ଜୁଲାଇ ୧୦ରେ ବିହାରର ଗୋଟିଏ ସିଟ୍, ବଙ୍ଗ ୪ଟି ସିଟ୍, ତାମିଲନାଡୁର ଗୋଟିଏ ସିଟ୍, ମଧ୍ୟପ୍ରଦେଶର ଗୋଟିଏ ସିଟ୍, ଉତ୍ତରପ୍ରଦେଶର ଦୁଇଟି ସିଟ୍, ପଞ୍ଜାବର ଗୋଟିଏ ସିଟ୍ ଏବଂ ହିମାଚଳର ୩ଟି ସିଟ୍ରେ ହେବ ସ୍ଥାନରେ ଭୋଟ୍ ।
The Election Commission of India has decided to hold bye-elections to fill vacancies in 13 Assembly Constituencies in Bihar, West Bengal, Tamil Nadu, Madhya Pradesh, Uttarakhand, Punjab, and Himachal Pradesh.
— ANI (@ANI) June 10, 2024
Elections will be conducted on 10th July and the counting will be done… pic.twitter.com/ihhJpfoko3
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏହି ଆସନଗୁଡିକ ଉପରେ ଜୁନ୍ ୧୪ ରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ପତ୍ରର ଶେଷ ତାରିଖ ରହିବ ଜୁନ୍ ୨୧ ହେବ । ଜୁନ୍ ୨୪ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଜୁନ୍ ୨୬ ଭାବରେ ସ୍ଥିର କରାଯାଇଛି। ଜୁଲାଇ ୧୦ରେ ମତଦାନ ହେବ । ଆଉ ଜୁଲାଇ ୧୩ରେ ଆସିବ ରେଜଲ୍ଟ ।