Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଉଦ୍ଧବଙ୍କ ଟିମ୍‌ର ସମାଲୋଚନା: ପ୍ରବକ୍ତା କହିଲେ, ଇସି ବିଜେପି ଏଜେଣ୍ଟ ଭଳି କାମ କରୁଛି

17/02/2023 at 9:09 PM

ମୁମ୍ବାଇ: ନିର୍ବାଚନ କମିଶନ ଶିବସେନାର ନାଁ ଓ ଧନୁ ତୀର ଚିହ୍ନକୁ ସିନ୍ଦେଙ୍କୁ ଦେବା ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଉଦ୍ଧବ ଗୋଷ୍ଠୀ ଇସିଙ୍କ ନିଷ୍ପତ୍ତିକୁ କଡ଼ା ସମାଲଚୋନା କରିଛି। ନିର୍ବାଚନ କମିଶନ ବିଜେପିର ଏଜେଣ୍ଟ ଭଳି କାମ କରୁଥିବା ଉଦ୍ଧବଙ୍କ ଶିବସେନା ପ୍ରବକ୍ତା ଆନନ୍ଦ ଦୁବେ କହିଛନ୍ତି।

ଏନେଇ ଦୁବେ କହିଛନ୍ତି ଯେ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଅଛି। ତେଣୁ ଇସିଙ୍କୁ ଏହି ମାମଲାରେ ଶୁଣାଣି କରିବାର ଏତେ ଜଲ୍‌ଦି କଣ ଥିଲା ବୋଲି ଦୁବେ ପ୍ରଶ୍ନ କରିଛନ୍ତି। ଦୁବେ କହିଛନ୍ତି “ଆମେ ଯାହା ସନ୍ଦେହ କରୁଥିଲୁ ଇସିଙ୍କ ନିର୍ଦ୍ଦେଶରେ ଠିକ୍ ତାର ପ୍ରତିଫଳନ ଦେଖିବାକୁ ମିଳିଛି। ଆମେ ପୂର୍ବରୁ କହି ଆସିଛୁ ଯେ ଇସି ଉପରେ ଆମର ଭରସା ନାହିଁ। ମାମଲା ସଂପ୍ରତି ସୁପ୍ରିମକୋର୍ଟ ବିଚାରଧୀନ ରହିଛି। ତେବେ ଇସିଙ୍କର ଏଭଳି ଶୀଘ୍ର ନିଷ୍ପତ୍ତି ସୂଚାଇ ଦେଉଛି ଯେ, ଏହି କେନ୍ଦ୍ରୀୟ ସଂସ୍ଥା କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶକ୍ରମେ ବିଜେପିରଏଜେଣ୍ଟ ଭଳି କାମ କରୁଛି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ।”

ସେହିପରି ସଞ୍ଜୟ ରାଉତ ମଧ୍ୟ ଇସିଙ୍କ ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ଏନେଇ ସେ କହିଛନ୍ତି ” ଏଥିରେ ଆମର ଚିନ୍ତା କରିବାର ଆବଶ୍ୟକତା ନାହିଁ। ଲୋକମାନେ ଆମ ସହ ଅଛନ୍ତି। ଆମେ ନୂଆ ଚିହ୍ନ ନେଇ ଆଗକୁ ବଢ଼ିବୁ। ଜନତାଙ୍କ କୋର୍ଟରେ ଆମେ ସଠିକ୍ ପ୍ରମାଣିତ ହେଉ ଏବଂ ପୁଣି ଥରେ ଉପରକୁ ଉଠିବୁ।”

ସୂଚନା ଥାଉକି ନିର୍ବାଚନ କମିଶନ ଆଜି ଏହି ମାମଲାରେ ଶୁଣାଣି କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳ ଶିବସେନା ନାଁ ଓ ଧନୁ ତୀର ଚିହ୍ନ ବ୍ୟବହାର କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଇସି ଉଦ୍ଧବ ଠାକ୍‌ରେଙ୍କ ପାଖରୁ ଶିବସେନାର ନାମ ଏବଂ ଦଳୀୟ ଚିହ୍ନ ବ୍ୟବହାର କରିବାର ଅଧିକାର ଛଡ଼ାଇ ନେଇଛନ୍ତି। ଶିବସେନାର ବର୍ତ୍ତମାନ ସମ୍ବିଧାନକୁ ଅଗଣତାନ୍ତ୍ରିକ କହିବା ସହ ନାଁ ଏବଂ ଚିହ୍ନ ସିନ୍ଦେଙ୍କ ଦଳ ବ୍ୟବହାର କରିବ ବୋଲି ଇସି ନିର୍ଦ୍ଦେଶ ଦେଇଛନ୍ତି।

   Related Posts