ପାଟକୁରା ଓ ବିଜେପୁର ପାଇଁ ଏଇ ସପ୍ତାହରେ ଘୋଷଣା ହୋଇପାରେ ତାରିଖ, ଉଷ୍ମ ହେଉଛି ରାଜନୀତି

Published By : Prameya-News7 Bureau | June 05, 2019 IST

ଭୁବନେଶ୍ବର ୫।୬:  ରାଜ୍ୟର ପାଟକୁରା ଓ ବିଜେପୁର ବିଧାନସଭା ଆସନ ନିମନ୍ତେ ଏଇ ସପ୍ତାହରେ ଘୋଷଣା ହୋଇପାରେ ତାରିଖ ।  ଗୋଟେପଟେ ପାଟକୁରାବାସୀ ନେତା ବାଛିବାକୁ ନିର୍ବାଚନକୁ ଅନାଇ ବସିଥିବା ବେଳେ ଗଲା ଦେଢ଼ବର୍ଷ ଭିତରେ ତିନି ତିନିଟା ଉପନିର୍ବାଚନକୁ ଫେସ କରୁଥିବା ବିଜେପୁର ଭୋଟର ଏବେ  ପୁଣି ନୂଆ ନେତାଙ୍କ ଅପେକ୍ଷାରେ ।

{"id":120019}

ଗଲା ଦେଢ଼ ବର୍ଷ ଭିତରେ ବିଜେପୁର ବାସୀ ଦୁଇ ଦୁଇ ଥର ନେତା ନିର୍ବାଚନ କଲେଣି। ହେଲେ ସେମାନଙ୍କ ହାତ ଖାଲି । ଏଣୁ ସାଧାରଣ ନିର୍ବାଚନ ପରେ ବି ପୁଣି ଥରେ ସେମାନଙ୍କୁ ନୂଆ ନେତା ବାଛିବାକୁ ପଡ଼ିବ । ସେପଟେ ସାରା ଦେଶର ନିର୍ବାଚନ ମାହୋଲରେ ଗୁମ୍‌ସୁମ୍‌ ବସିବାକୁ ବାଧ୍ୟ ହୋଇଥିବା ପାଟକୁରାବାସୀ ବି ତାଙ୍କ ଅଞ୍ଚଳରେ ନିର୍ବାଚନକୁ ଉତ୍କଣ୍ଠାର ସହ ଅନାଇ ବସିଛନ୍ତି

{"id":120020}

ବାରମ୍ବାର ଭୋଟ୍‌ ଦେଇ ଥକିଗଲେଣି ବିଜେପୁର ଭୋଟର। ହେଲେ ନେତା କିନ୍ତୁ ଥକି ନାହାନ୍ତି। ପୁଣି ବାଜି ଜିତିବାକୁ କଳ ବଳ କୌଶଳ ଲଗାଇଦେଲେଣି। କାରଣ ଏଠି ଏବେ ସମ୍ମାନ ପାଇଁ ଲଢ଼େଇ ହେବ। ସେହିଭଳି ପାଟକୁରାରେ ହେଭିଓ୍ବେଟ୍‌ ଲଢ଼େଇ ପାଇଁ ପ୍ରସ୍ତୁତ ହେଲେଣି ତିନି ପ୍ରମୁଖ ରାଜନୈତିକ ଦଳ । ସାଧାରଣ ନିର୍ବାଚନରେ ୧୧୨ ଆସନ ହାତେଇଥିବା ବିଜେଡି ବିଜେପୁର ଆସନକୁ ନିଜ ଅକ୍ତିଆରରେ ରଖିବା ସହ ପାଟକୁରାରେ ବାଜି ମାରିବାକୁ ଫୁଲ୍‌ ଦମ୍‌ ଲଗାଇବ। ସେପଟେ ଶାସକ ଦଳକୁ କଡ଼ା ଟକ୍କର ଦେବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛି ବିଜେପି । ହେଲେ କଂଗ୍ରେସ କେମିତି ନିଜର ସ୍ଥିତି ସୁଧାରିବ ତା’ ଉପରେ ରହିବ ନଜର ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.