ନିର୍ବାଚନୀ ହିଂସା ଉପରେ ଲାଗିବ ରୋକ, C-Vigil ଆପ୍ ହେବ ଲଞ୍ଚ

Published By : Prameya-News7 Bureau | March 05, 2024 IST

କୋଲକାତା ୫।୩: ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ମଙ୍ଗଳବାର ପଶ୍ଚିମବଙ୍ଗରେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ରାଜ୍ୟରେ ସ୍ୱତନ୍ତ୍ର, ନିରପେକ୍ଷ ଓ ହିଂସା ମୁକ୍ତ ନିର୍ବାଚନ କରାଇବାକୁ ଚାହାନ୍ତି। ଏଥି ପାଇଁ ସେ ଏକ ମୋବାଇଲ ଆପ୍ ଲଞ୍ଚ କରିବେ ବୋଲି କହିଛନ୍ତି।

{"id":917463,"width":842,"height":646,"sizeSlug":"full","linkDestination":"none"}

ସେ କହିଛନ୍ତି ଯେ ନିର୍ବାଚନରେ କୌଣସି ପ୍ରକାରର ହିଂସାକୁ ବରଦାସ୍ତ କରାଯିବନି। ଏଥି ପାଇଁ ‘ସି-ଭିଜିଲ: ନାଗରିକ ସତର୍କ ରୁହନ୍ତୁ’ ନାମକ ଏକ ଆପ୍ଲିକେସନ ଲଞ୍ଚ କରିବାକୁ ଯାଉଛନ୍ତି। ଏହି ଆପ ଦ୍ୱାରା ହିଂସା ରୋକିବାକୁ ସହାୟତା ମିଳିବ। ସେ କହିଛନ୍ତି ଯେ ଯଦି କୌଣସି ନିର୍ବାଚନ ସମ୍ପର୍କିତ ଅନିୟମିତତା ଅଥବା ହିଂସା ପ୍ରସ୍ତୁତି କରାଯାଉଥାଏ ଏହି ଆପ୍ ଦ୍ୱାରା ରିପୋର୍ଟ କରାଯାଇ ପାରିବ। ସେ କହିଛନ୍ତି ଯେ ଆପ ଦ୍ୱାରା ରିପୋର୍ଟ କରାଯିବାର ମାତ୍ର ୧୦୦ ମିନିଟରେ କାର୍ଯ୍ୟାନୁଷ୍ଠାନ ହେବ।

wp:html /wp:html

କେବଳ ସେତିକି ନୁହେଁ ଯଦି କୌଣସି ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ରହିଛି ତେବେ ଏହି ଆପ୍ଲିକେସନକୁ ସେହି ପ୍ରାର୍ଥୀ ଓ ତାଙ୍କ ବିରୋଧରେ ଅପରାଧିକ ଅଭିଯୋଗର ଚିହ୍ନଟ ନିମନ୍ତେ କରାଯାଇ ପାରିବ। ନିର୍ବାଚନ କମିଶନ କହିଛନ୍ତି ଯେ ନିର୍ବାଚନରେ ଡର ଅଥବା ଭୟର କୌଣସି ସ୍ଥାନ ନାହିଁ। ଏଣୁ ବ୍ୟୁରୋକ୍ରାଟମାନଙ୍କୁ ନିର୍ବାଚନରେ ନିରପେକ୍ଷ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ସହିତ ନିର୍ବାଚନ କାଳରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ନିମନ୍ତେ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା ବଳ ମଧ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.