ଏକଜିଟ୍ ପୋଲ୍ ଏବଂ ମିଡିଆର ତରବରିଆ ଟ୍ରେଣ୍ଡ୍‌ସ ଉପରେ ପ୍ରଶ୍ନ ଉଠାଇଲେ ନିର୍ବାଚନ ଆୟୋଗ, କହିଲେ-ଏପରି ଚାଲିବ ନାହିଁ

Published By : Prameya-News7 Bureau | October 15, 2024 IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଏହାସହ ୪୮ ବିଧାନସଭା ଏବଂ ଦୁଇ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନିର୍ବାଚନ ଆୟୋଗ ତାରିଖ ଘୋଷଣା କରି ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ସିଇସି ରାଜୀବ କୁମାର ଏକ୍ସଜିଟ୍ ପୋଲ୍ ଏବଂ ମତଗଣନା ଦିନ ମିଡିଆରେ ସକାଳୁ ଦର୍ଶାଯାଉଥିବା ଟ୍ରେଣ୍ଡ୍‌ସ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଏସବୁ ଠିକ୍ ନୁହେଁ ଏବଂ ଏହାକୁ ନେଇ କିଛି କରିବାର ଆବଶ୍ୟକତା ରହିଛି । ଯେବେଯେବେ ଏପରି କିଛି ହୁଏ, ତେବେ ଆମେ ଦେଶରେ କିଛି ନା କିଛି ସଂସ୍କାର ହୋଇଛି । ଆମେ ଆଶା କରୁଛୁ ଯେ ଏଥର ବି ଏପରି ହି ହେବ ।

ରାଜୀବ କୁମାର କହିଛନ୍ତି ଯେ ଚଳିତଥର ବି ଆମେ ଦେଖିଲୁ ଏବଂ ଅନେକ ଥର ବି ଏକଜିଟ୍ ପୋଲ୍ସଠାରୁ ପରିଣାମ ଅଲଗା ହୋଇଥାଏ । ତେଣୁ ଏକ୍ସଜିଟ୍ ପୋଲ୍ କରିବା ପ୍ରଣାଳୀ କ'ଣ ଏବଂ ଏହାର ସାମ୍ପୁଲ୍ ସାଇଜ୍ କ'ଣ ତାହା ଉପରେ ବିଚାର କରିବାର ଆବଶ୍ୟକତା ରହିଛି । କେବଳ ଏତିକି ନୁହେଁ ନିର୍ବାଚନ ପରିଣାମ ଦିନ ଟିଭି ଚ୍ୟାନେଲରେ ଦେଖାଯାଉଥିବା ଟ୍ରେଣ୍ଡ୍‌ସକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ସିଇସି କହିଛନ୍ତି ଯେ ଚଳିତ ଥର ହରିୟାଣା ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ସକାଳରୁ ହିଁ ଟ୍ରେଣ୍ଡ୍‌ସ ଦେଖାଯବା ଆରମ୍ଭ ହୋଇଥିଲା । କୁହାଗଲା ଯେ ପ୍ରଥମ ରାଉଣ୍ଡର ପରିଣାମ ସକାଳ ୮.୩୦ ସୁଦ୍ଧା ଆସିସାରିଛି । ଏହା ସମ୍ପୂର୍ଣ୍ଣ ଭୁଲ ଥିଲା । ସତ ଏହା ଯେ ଆମେ ନିଜେ ୯.୩୦ରେ ପ୍ରଥମ ରାଉଣ୍ଡ କାଉଣ୍ଟିଂ ବାବଦରେ ସୂଚନା ଦେବା ସହ ସାଇଟ୍‌ରେ ଅପଡେଟ୍ କରୁ । ତେଣୁ ଗୋଟିଏ ଘଣ୍ଟା ପୂର୍ବରୁ ପ୍ରଥମ ରାଉଣ୍ଡରେ କିଏ ଆଗରେ କିଏ ପଛରେ କିପରି କୁହାଯାଇପାରିବ ।

ନିର୍ବାଚନ କମିଶନର କହିଛନ୍ତି ଯେ ରେଜଲ୍ଟ ଦିନ ମିଡିଆ ତରବରିଆ ଭାବେ ଟ୍ରେଣ୍ଡ୍‌ସ ଦେଖାଇଥାଏ । ଏହି କାରଣରୁ ନିର୍ବାଚନ ଆୟୋଗଙ୍କ ଟ୍ରେଣ୍ଡ୍‌ସ ସହ ମେଳ ଖାଇନଥାଏ । ମିଡିଆ ଏବଂ ଆୟୋଗଙ୍କ ଟ୍ରେଣ୍ଡିଂ ଅଲଗା ଅଲଗା ରହିବା ଯୋଗୁଁ ପଛରେ ରହୁଥିବା ଦଳ ପ୍ରଶ୍ନ ଉଠାନ୍ତି । ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଇବା ଭୁଲ । ଏଥିପାଇଁ କିଛି କରିବାର ଆବଶ୍ୟକତା ରହିଛି ଏବଂ ଏପରି ଚାଲିପାରିବ ନାହିଁ ।        

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.