ଚିରାଗ ପାଶୱାନ ଓ ପଶୁପତି ପାରସଙ୍କୁ ଝଟକା, ‘ଲୋକ ଜନ ଶକ୍ତି’ ପାର୍ଟିର ନିର୍ବାଚନ ଚିହ୍ନ ଜବତ୍

Published By : Prameya-News7 Bureau | October 02, 2021 IST

ନୂଆଦିଲ୍ଲୀ ୨।୧୦: ନିର୍ବାଚନ ଆୟୋଗ ‘ଲୋକ ଜନ ଶକ୍ତି’ (ଏଲଜେପି)ପାର୍ଟିର ନିର୍ବାଚନ ଚିହ୍ନ ଜବତ କରିଛନ୍ତି। ବିହାର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆୟୋଗଙ୍କ ପଦକ୍ଷେପ ଏବେ ପାର୍ଟିର ଉଭୟ ଗୋଷ୍ଠୀ ଚିରାଗ ପାଶ୍ୱାନ ଓ ତାଙ୍କ କକା ପଶୁପତି କୁମାର ପାରସଙ୍କ ଲାଗି ଝଟକା ସାବ୍ୟସ୍ତ ହୋଇଛି। ଉପନିର୍ବାଚନରେ ଉଭୟ ଚିରାଗ ଓ ପଶୁପତିଙ୍କ ଗୋଷ୍ଠୀ ନିର୍ବାଚନ ଚିହ୍ନ ‘ବଙ୍ଗଳା’  ଉପରେ ନିଜ ନିଜର ଦାବି ଉପସ୍ଥାପନ କରିଥିଲେ। ଅଗତ୍ୟା ଆୟୋଗ ଏହାକୁ ଜବତ କରିନେଇଥିବା ଘୋଷଣା କରିଛନ୍ତି।

{"id":521146,"width":838,"height":469,"sizeSlug":"full","linkDestination":"none"}

ସୂଚନା ଅନୁସାରେ ଚିରାଗ ପାଶ୍ୱାନ ଶୁକ୍ରବାର ନିର୍ବାଚନ ଆୟୋଗଙ୍କୁ ଦେଖା କରି ତାଙ୍କ ଦଳର ନିର୍ବାଚନ ଚିହ୍ନ ଦଳ ନିକଟରେ ରହୁ ବୋଲି ଦାବି କରିଥିଲେ। ଏଲଜେପି ଏବେ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଛି। ଗୋଟିଏ ଗୋଷ୍ଠୀର ନେତୃତ୍ୱ ଚିରାଗ ପାଶ୍ୱାନ ନେଇଥିବା ବେଳେ ଅନ୍ୟ ଗୋଷ୍ଠୀର ସଭାପତି ଅଛନ୍ତି କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସ। ଏଣୁ ପାର୍ଟି ବିଭାଜିତ ହୋଇଥିବାରୁ  ନିର୍ବାଚନ ଆୟୋଗ ଦଳୀୟ ଚିହ୍ନ ଜବତ କରିନେଇଛନ୍ତି।

{"id":521147,"sizeSlug":"full","linkDestination":"none"}

ଏଥିରେ ଉଭୟ ଗୋଷ୍ଠୀଙ୍କୁ ଏକ ଅନ୍ତରୀଣ ରାସ୍ତା ଆପଣାଇବାକୁ ଆୟୋଗ କହିଛନ୍ତି। ଯାହା ଦ୍ୱାରା ନିର୍ବାଚନ ଚିହ୍ନର ସେମାନେ ଉପଯୋଗ କରିପାରିବେ। ତେବେ ଦଳୀୟ ଚିହ୍ନ ନେଇ ସେମାନଙ୍କ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଆପୋଷ ବୁଝାମଣା ହୋଇ ନାହିଁ। ବିହାର ବିଧାନସଭାର ୨ଟି ଆସନ ଲାଗି ରାଜ୍ୟରେ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାରେ ଦଳର ନିର୍ବାଚନ ଚିହ୍ନ ଜବତ ହେବା ଏବା ପ୍ରାର୍ଥୀଙ୍କୁ ନିରାଶ କରିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.