ଯଦି ଆପଣ ବି କାକୁଡି ଓ ଟମାଟୋ ମିଶେଇ ଖାଉଛନ୍ତି ତା'ହେଲେ ହୋଇଯାଆନ୍ତୁ ସାବଧାନ : ହୋଇପାରେ ଏହିସବୁ ସମସ୍ୟା

Published By : Prameya-News7 Bureau | July 25, 2020 IST

ଭୁବନେଶ୍ୱର ୨୫/୦୭ : କାକୁଡି ଓ ଟମାଟୋ ବିନା ସାଲାଡ଼ର କଳ୍ପନା ମଧ୍ୟ କରାଯାଇ ପାରିବ ନାହିଁ | ଶରୀର ପାଇଁ ସାଲାଡ଼ ବହୁତ ହିତକର | ବିଶେଷକରି ଗରମ ଦିନରେ ସାଲାଡ଼ ବହୁତ ଉପାଦେୟ | ପ୍ରତିଦିନ ଭୋଜନରେ ସାଲାଡ଼ ଖାଇଲେ ଶରୀର ସୁସ୍ଥ ରହେ | ତେବେ ଆପଣ ଜାଣିଛନ୍ତି ସାଲାଡ଼ର ପ୍ରଭାବ ପାଚନ ତନ୍ତ୍ର ଉପରେ ମଧ୍ୟ ପଡିପାରେ ?

{"id":305397,"width":573,"height":321,"sizeSlug":"large"}

ସାଲାଡ଼ରେ କାକୁଡି, ପିଆଜ, ଟମାଟୋ, ମୂଳା ଆଦି ମିଶ୍ରଣ ଆକର୍ଷଣୀୟ ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ହାନିକାରକ | ବିଶେଷଜ୍ଞଙ୍କ କହିବାନୁଯାୟୀ, କାକୁଡିର ପୋଷାକ ତତ୍ୱ ରହିଛି ଯାହା ଶରୀରକୁ ହାଇଡ୍ରେଟେଡ଼ ରଖିଥାଏ | କାକୁଡିରେ ଏମିତି ଏକ ଗୁଣ ମଧ୍ୟ ରହିଛି ଯାହା ଭିଟାମିନ-ସି ଅବଶୋଷଣ ସହ ହସ୍ତକ୍ଷେପ କରିଥାଏ | ସେଥିପାଇଁ ଟମାଟୋ ଓ କାକୁଡିକୁ ଏକାସଙ୍ଗେ ଖାଇବାକୁ ବାରଣ କରାଯାଇଥାଏ | ଟମାଟୋ ଓ କାକୁଡି ଅଲଗା ଅଲଗା ଭାବେ ହଜମ ହୋଇଥାଏ ଯେଉଁଥିପାଇଁ ମିଶେଇ ଖାଇବାକୁ ବାରଣ କରାଯାଇଥାଏ | ବିଶେଷଜ୍ଞଙ୍କ ଅନୁଯାୟୀ, କାକୁଡି ଓ ଟମାଟୋ ଏକାସଙ୍ଗେ ଖାଇଲେ ଏସିଡ ଫରମେସନ ଓ ବ୍ଳୋଟିଙ୍ଗ୍ ର କାରଣ ହୋଇଥାଏ | ପାଚନ କ୍ରିୟା ସମୟରେ ପ୍ରତ୍ୟେକ ଖାଦ୍ୟ ଭିନ୍ନ ଭିନ୍ନ ଭାବେ ରିଆକ୍ଟ କରିଥାଏ | କିଛି ଆହାର ସହଜରେ ହଜମ ହୋଇଯାଇଥାଏ କିନ୍ତୁ ଆଉ କିଛି ଆହାର ହଜମ ହେବାକୁ ବହୁତ ଅଧିକ ସମୟ ନେଇଥାନ୍ତି | ଦୁଇଟି ଆହାରର ମିଶ୍ରଣ ମଧ୍ୟ ହଜମ ହେବାକୁ ଅଲଗା ଅଲଗା ସମୟ ନେଇଥାଏ | ଏହାଦ୍ୱାରା ପେଟରେ ଯନ୍ତ୍ରଣା, ଗ୍ୟାସ, ଥକାପଣ ଦେଖାଦେଇଥାଏ | 

{"id":305398,"sizeSlug":"large"}

ସାଲାଡ଼, ସୁପ, ମିଠା, ତରକାରୀ ଆଦି ରୋଷେଇ କରିବା ସମୟରେ ବିଭିନ୍ନ ପ୍ରକାର ପନିପରିବା ମିଶ୍ରଣ କରାଯାଇଥାଏ | କିନ୍ତୁ କାକୁଡି ଓ ଟମାଟୋର ମିଶ୍ରଣ ଅଧିକ ସମୟରେ ମେଟାବୋଲିକ ସ୍ଥର କମ କରିବାର କାରଣ ହୋଇଥାଏ | ସାଲାଡ଼ରେ ମିଶ୍ରଣ ହୋଇଥିବା ସମସ୍ତ ପରିବା ହଜମ ହେବାପାଇଁ ଅଲଗା ଅଲଗା ସମୟ ନେଇଥାଏ | କିଛି ସହଜରେ ହଜମ ହୋଇଯାଇଥିବା ବେଳେ ଆଉ କିଛି ଶରୀରରେ ଅଧିକ ସମୟ ଯାଏଁ ରହିଥାଏ |

{"id":305399,"width":579,"height":385,"sizeSlug":"large"}

କାକୁଡିରେ ଅଧିକ ମାତ୍ରାରେ ଜଳୀୟ ଅଂଶ ଥିବାରୁ ପେଟ ପାଇଁ ହାଲୁକା ପ୍ରମାଣିତ ହୋଇଥାଏ ଏବଂ ହଜମ ହେବାପାଇଁ କମ ସମୟ ନେଇଥାଏ | କିନ୍ତୁ ଟମାଟୋ ଓ ଟମାଟୋ ମଞ୍ଜି ହଜମ ହେବାକୁ ଅଧିକ ସମୟ ନେଇଥାଏ | ସେଥିପାଇଁ ଏହିଭଳି ଦୁଇଟି ପରିବାକୁ ମିଶାଇ ଖାଇବା ଦ୍ୱାରା ଫର୍ମେଣ୍ଟେସନ ପ୍ରକ୍ରିୟାରେ ଗ୍ୟାସ ଓ ତରଳ ପଦାର୍ଥ ନିର୍ଗତ ହୋଇଥାଏ | ଯାହାଫଳରେ ଅନେକ ରୋଗ ହେବାର ଆଶଙ୍କା ଥାଏ | ଏହା ଶରୀରକୁ ଲାଭ ଦେବା ବଦଳରେ କ୍ଷତି କରାଇଥାଏ ଆଶଙ୍କା ରହିଥାଏ | ସେଥିପାଇଁ କାକୁଡି ଓ ଟମାଟୋକୁ ମିଶାଇ ଖାଇବା ଅନୁଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.