suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ ଗୁଡ, ଦୂର ହେବ ଅନେକ ସମସ୍ୟା

3/11/2020 at 3:24 PM

ଭୁବନେଶ୍ୱର ୦୩/୧୧ : ଚିନି ତୁଳନାରେ ଗୁଡର ଅନେକ ସ୍ୱାସ୍ଥ୍ୟକର ଗୁଣ ରହିଛି। ଗୁଡ ସ୍ୱାସ୍ଥ୍ୟ ପାଇଁ ହିତକର। ଗୁଡ ସ୍ୱାଦିଷ୍ଟ ଓ ପୃଷ୍ଟିକର ମଧ୍ୟ। ଗୁଡ ସେବନ ଦ୍ୱାରା ଅନେକ ରୋଗ ମଧ୍ୟ ଭଲ ହୋଇଥାଏ। ଗୁଡ କିପରି ଔଷଧ ଭଳି କାମ କରେ ଏବଂ କେଉଁ କେଉଁ ରୋଗରୁ ରକ୍ଷା କରିବାରେ ସକ୍ଷମ ଜାଣନ୍ତୁ :

. ପାଚନ କ୍ରିୟା ସୁସ୍ଥ ରଖେ

ଗୁଡରେ ଭରପୁର ମାତ୍ରାରେ ଫାଇବର ରହିଛି। ଏହା ପାଚନ କ୍ରିୟାକୁ ସୁସ୍ଥ ରଖେ। ଗୁଡ ସେବନ ଦ୍ୱାରା ପାଚନ ଶକ୍ତି ମଜବୁତ ହୁଏ। ଭୋଜନ ପରେ ଗୁଡ ଖାଇଲେ ଖାଇବା ଶୀଘ୍ର ହଜମ ହୋଇଥାଏ ବୋଲି ମଧ୍ୟ ଲୋକେ କୁହନ୍ତି। ଏହା ବୈଜ୍ଞାନିକ ଭାବେ ପ୍ରମାଣିତ ମଧ୍ୟ ହୋଇଛି। ସେଥିପାଇଁ ନିୟମିତ ଗୁଡ ସେବନ କରିବା ଉଚିତ। ରାତିରେ ଶୋଇବା ପୂର୍ବରୁ ଗୁଡ ସେବନ କଲେ ପାଚନ କ୍ରିୟା ମଜବୁତ ହୋଇଥାଏ ଓ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଭଲ ହୋଇଥାଏ।

. ଏନିମିଆ ଦୂର କରିବାରେ ସାହାଯ୍ୟ କରେ

ଶରୀରରେ ଆଇରନ ଅଭାବ ଯୋଗୁଁ ଏନିମିଆ ସମସ୍ୟା ହୋଇଥାଏ। ସାଧାରଣତଃ ମହିଳାମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଦିଏ। କାରଣ ମାସିକ ଋତୁସ୍ରାବ ସମୟରେ ରକ୍ତସ୍ରାବ କାରଣରୁ ଶରୀରରୁ ଲାଲ ରକ୍ତ କୋଷ କମିଯାଇଥାଏ। ଏହିଭଳି ସ୍ଥିତିରେ ଗୁଡ ଖାଇବା ଲାଭଦାୟକ ହୋଇଥାଏ। ଗୁଡରେ ଭରପୁର ମାତ୍ରାରେ ଆଇରନ ରହିଛି। ଏନିମିଆ ପୀଡିତ ବ୍ୟକ୍ତି ଗୁଡ ସହ ଚଣା ମିଶାଇ ଖାଇବା ଉଚିତ। ବିଶେଷଜ୍ଞଙ୍କ ଅନୁଯାୟୀ, କ୍ଷୀରରେ ଗୁଡ ମିଶାଇ ସେବନ କଲେ ମଧ୍ୟ ଏନିମିଆ ସମସ୍ୟା ଦୂର ହୋଇଥାଏ।

. ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ

ରୋଗ ପ୍ରତିରୋଧକ କ୍ଷମତା ଯେକୌଣସି ରୋଗ ବା ସଂକ୍ରମଣ ସହ ଲଢ଼ିବାରେ ସହାୟକ ହୋଇଥାଏ। ପ୍ରତିରୋଧକ କ୍ଷମତା ଦୁର୍ବଳ ଥିଲେ ଶରୀର ବ୍ୟାକ୍ଟେରିଆ କିମ୍ବା ସଂକ୍ରମଣ ସହ ଲଢ଼ିବାରେ ସକ୍ଷମ ହୋଇନଥାଏ। ଗୁଡରେ ଜିଙ୍କ ଓ ଭିଟାମିନ-ସି ସହ ଅନେକ ପୋଷାକ ତତ୍ତ୍ୱ ରହିଛି ଯାହା ଶରୀରକୁ ମୌସୁମୀ ରୋଗ ସହ ଲଢ଼ିବାରେ ମଜବୁତ କରିଥାଏ।

. ଓଜନ କମ କରିବାରେ ସହାୟକ

ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତାହେଲେ ଚିନି ବଦଳରେ ଗୁଡ ଖାଇବା ଅଭ୍ୟାସ କରନ୍ତୁ। ଗୁଡ ପାଣି ବହୁତ ପ୍ରଭାଶାଳୀ ଔଷଧ। ଅନେକ ବିଶେଷଜ୍ଞ ମଧ୍ୟ ଓଜନ କମ କରିବାକୁ ଗୁଡ ପାଣି ସେବନ କରିବାକୁ ପରାମର୍ଶ ଦେଇଥାନ୍ତି। ନିୟମିତ ସକାଳୁ ଖାଲି ପେଟରେ ଗୁଡ ପାଣି ସେବନ କଲେ ଶରୀରର ମେଦ କମ ହୋଇଥାଏ।

. ରକ୍ତଚାପ ନିୟନ୍ତ୍ରଣ କରେ

ଅନିୟମିତ ଜୀବନଶୈଳୀ ଯୋଗୁଁ ଲୋକଙ୍କୁ ଉଚ୍ଚ ରକ୍ତଚାପ ସମସ୍ୟା ହୋଇଥାଏ। ଏହାକୁ ହାଇପରଟେନ୍ସନ ମଧ୍ୟ କୁହାଯାଏ। ଗୁଡ ସେବନ ଦ୍ୱାରା ଏହି ସମସ୍ୟା ଦୂର କରାଯାଇପାରିବ। ଗୁଡରେ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ଯାହାଫଳରେ ରକ୍ତଚାପ ନିୟନ୍ତ୍ରଣ ରହେ। ଗୁଡ ସେବନ ଦ୍ୱାରା କିଡନୀ ଷ୍ଟୋନ ଓ ଅଷ୍ଟିୟୋପୋରିସିସ ଭଳି ସମସ୍ୟା ମଧ୍ୟ ଭଲ ହୋଇଥାଏ।

. ଲିଭର ସଫା ରଖିବାରେ ସହାୟକ

ଲିଭର ଶରୀରର ମହତ୍ଵପୂର୍ଣ୍ଣ ଅଙ୍ଗ। ଲିଭର ସମସ୍ୟା ହେଲେ ଅନେକ ଅଙ୍ଗ ପ୍ରଭାବିତ ହୋଇଥାଏ। ସେଥିପାଇଁ ଲିଭରକୁ ସୁସ୍ଥ ରଖିବା ଆବଶ୍ୟକ। ଲିଭରକୁ ସୁସ୍ଥ ରଖିବାକୁ ରାତିରେ ଗରମ ପାଣିରେ ଗୁଡ ମିଶାଇ ସେବନ କରାଯାଇପାରିବ। ଏହାଦ୍ୱାରା ଲିଭର ସୁସ୍ଥ ରହିଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts