ଏହି ସବୁ ଜିନିଷ ଖାଉଛନ୍ତି କି ? ହ୍ରାସ ହୋଇପାରେ ସ୍ମରଣଶକ୍ତି...

Published By : Prameya-News7 Bureau | June 04, 2024 IST

ନୂଆଦିଲ୍ଲୀ ୦୪।୦୬: ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ଧ୍ୟାନ ଦେବା କାଠିକର ପାଠ । ଏଥିପାଇଁ ସାମ୍ନାକୁ ଆସିଥାଏ ବିଭିନ୍ନ ପ୍ରକାର ସମସ୍ୟାର । ଶରୀର ପରି ମସ୍ତିଷ୍କର ମଧ୍ୟ ଯତ୍ନ ନେବା ମଧ୍ୟ ନିତ୍ୟାନ୍ତ ଜରୁରୀ । ନଚେତ୍ ପରବର୍ତ୍ତି ସମୟରେ ଏହା ଏକ ବଡ ସମସ୍ୟାର କାରଣ ହୋଇପାରେ । 

ଦୈନନ୍ଦିନ ଖାଦ୍ୟ ଶୈଳୀ ଆମ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଖାସ୍‌ କରି କିଛି ଖାଦ୍ୟ ଅଛି ଯାହାକୁ ଅଧିକ ମାତ୍ରାରେ ଖାଇବା ଉଚିତ୍ ନୁହେଁ । ଏହା ସ୍ମରଣ ଶକ୍ତିକୁ ମଧ୍ୟ ହ୍ରାସ କରିପାରେ । ମାଛରେ ଓମେଗା -୩ ଏବଂ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ରହିଥାଏ । ଯାହାକି ମସ୍ତିଷ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ଅଧିକ ମାଛ ଖାଇବା ମଧ୍ୟ ସ୍ମୃତି ଶକ୍ତି ଉପରେ ଖରାପ ପ୍ରଭାବ ପକାଇପାରେ । ବାସ୍ତବରେ ମାଛରେ ପାରା ନାମକ ଏକ ଉପାଦାନ ରହିଥାଏ । ଯାହା ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ ଏବଂ ସ୍ମୃତି ଶକ୍ତି ଦୁର୍ବଳ କରିପାରେ । 

ଖରାଦିନେ ପ୍ରତ୍ୟେକ ବ୍ୟକ୍ତି କୋଲ୍ଡ ଡ୍ରିଙ୍କସ୍ ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ବାରା ମସ୍ତିଷ୍କ ପାଇଁ କ୍ଷତିକାରକ । ଏଥିରେ ବହୁମାତ୍ରାରେ ଚିନି ଏବଂ ରାସୟନିକ ପଦାର୍ଥ ମିଶିଥାଏ । ଏହା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ । 

ପାସ୍ତା, ବ୍ରେଡ ଏବଂ କୁକିଜ୍ ଭଳି ଜିନିଷ ମସ୍ତିଷ୍କ ପାଇଁ କ୍ଷତିକାରକ । ଏଗୁଡ଼ିକ ବିଶୋଧିତ କାର୍ବସ୍ ଖାଦ୍ୟ, ଯାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ। ବିଶୋଧିତ କାର୍ବସରେ ଏକ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଯାହା ସ୍ମୃତି ଶକ୍ତି ଦୁର୍ବଳ କରିପାରେ । ତେଣୁ ଏହିସବୁ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍।

ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଫୁସଫୁସ ଏବଂ ଯକୃତ ସହିତ ଏହା ଆପଣଙ୍କ ମସ୍ତିଷ୍କକୁ ମଧ୍ୟ ଦୁର୍ବଳ କରିଥାଏ । ମଦ୍ୟପାନ କରିବା ଦ୍ୱାରା ମସ୍ତିଷ୍କର ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ସ୍ମୃତିଶକ୍ତି ମଧ୍ୟ ପ୍ରଭାବିତ ହୋଇପାରେ । ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ସ୍ମୃତି ଶକ୍ତି ଦୁର୍ବଳ ହୋଇଯାଏ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.