ନିୟମିତ ଖାଆନ୍ତୁ ଶୁଣ୍ଠି, ଏହି ସବୁ ରୋଗରୁ ମିଳିବ ମୁକ୍ତି

Published By : Prameya-News7 Bureau | September 01, 2023 IST

ନୂଆଦିଲ୍ଲୀ ୦୧।୦୯: ଅଧିକାଂଶ ଘରେ ଖାଦ୍ୟ ପ୍ରସ୍ତୁତି ପାଇଁ ଅଦାର ବ୍ୟବହାର କରାଯାଇଥାଏ । ଅଦାକୁ ବିଭିନ୍ନ ରୂପରେ ବ୍ୟବହାର କରାଯାଏ । ଶୁଖିଲା ଅଦାକୁ ଶୁଣ୍ଠି କୁହାଯାଏ । ଶୁଣ୍ଠି ଖାଇବା ଦ୍ୱାରା ଥଣ୍ଡାକାଶ ଓ ଗଳା ଦରଜ କମିବା ସହ ପାଚନ ତନ୍ତ୍ର ସମସ୍ୟା ଦୂର ହୋଇଥାଏ । ଏହାବ୍ୟତୀତ ମୋଟାପଣ ମଧ୍ୟ କମ୍‌ ହୋଇଥାଏ । ଶୁଣ୍ଠି ଆଇରନ୍‌, ଫାଇବର, ସୋଡିୟମ୍‌, ଫେଲେଟ୍‌ ଏସିଡ୍‌, କ୍ୟାଲସିୟମ୍‌, ମ୍ୟାଗ୍‌ନେସିୟମ୍‌, ଭିଟାମିନ୍‌- ଏ, ଜିଙ୍କ୍‌ ଓ ଫ୍ୟାଟି ଏସିଡ୍‌ରେ ଭରପୂର ।

ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ । ଙ୍କ ଯେଉଁମାନଙ୍କର ଆର୍ଥ୍ରାଇଟିସ୍‌ ସମସ୍ୟା ରହିଛି, ସେମାନେ ନିୟମିତ ଶୁଣ୍ଠି ଖାଇବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ଙ୍କ ଋତୁ ପରିବର୍ତ୍ତନରୁ ହେଉଥିବା ଥଣ୍ଡା-କାଶରୁ ରକ୍ଷା ପାଇବା ପାଇଁ ଶୁଣ୍ଠି ଗୁଣ୍ଡକୁ ହାଲ୍‌କା ଗରମ ପାଣି ସହ ପିଇପାରିବେ । ଙ୍କ ଯେଉଁ ପରିବାକୁ ହଜମ କରିବା କଷ୍ଟ ହୋଇଥାଏ।

ସେଥିରେ ହାଲ୍‌କା ଶୁଣ୍ଠିଗୁଣ୍ଡର ପ୍ରୟୋଗ କରିବା ଦ୍ୱାରା ତାହା ସହଜରେ ହଜମ ହୋଇଥାଏ । ଙ୍କ ଶୁଣ୍ଠି ମେଟାବଲିଜିମ୍‌ ବଢାଇ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।ଶୁଣ୍ଠିକୁ ଦୁଗ୍ଧରେ ମିଶାଇ ମିଶ୍ରଣକୁ ତ୍ୱଚାରେ ଲଗାଇ ୧୦ରୁ ୨୦ ମିନିଟ୍‌ ଯାଇ ଛାଡି ଦିଅନ୍ତୁ । ଶୁଖିବା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ନିଅନ୍ତୁ । ତ୍ୱଚାରେ ଚମ୍‌କ ଆସିଥାଏ ।

wp:embed {"url":"https://www.prameyanews7.com/six-healthy-reason-to-eat-white-mango/","type":"wp-embed","providerNameSlug":"prameya-news-7"}
https://www.prameyanews7.com/six-healthy-reason-to-eat-white-mango/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.