ଭାରତର ଆପତ୍ତି ପରେ ଚୀନର ସ୍ପଷ୍ଟୀକରଣ, କହିଲା-ସୀମାରେ ସ୍ଥିତି ସ୍ଥିର ଅଛି

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ: ପୂର୍ବ ଲଦ୍ଦାଖ ସୀମାରେ ଚୀନର ସନ୍ଦିଗ୍ଧ ପଦକ୍ଷେପକୁ ନେଇ ଭାରତର ଆପତ୍ତି ପରେ ବେଜିଂ ସଫେଇ ଦେଇଛି । ଏଲଏସି ନିକଟରେ ସୈନ୍ୟ ଏବଂ ବିମାନ ଗତିବିଧି ବୃଦ୍ଧି ନେଇ ରିପୋର୍ଟ ଉପରେ ବିଦେଶ ମନ୍ତ୍ରଣାଳୟ କଡା ଟିପ୍ପଣୀ କରିଥିଲା।

ବିଦେଶ ମନ୍ତ୍ରଣାଳୟର ବୟାନ ପରେ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସନ ବେଇଦାନଗ କହିଛନ୍ତି, 'ଭାରତ ଏବଂ ଚୀନ ମଧ୍ୟରେ ହସ୍ତାକ୍ଷର ହୋଇଥିବା ବୁଝାମଣା ଅନୁସାରେ ସୀମାରେ ସମସ୍ତ ଗତିବିଧିର ପରିଚାଳନା କରୁଛି'। କୌଣସି ସୈନ୍ୟ ଏବଂ ବିମାନ ଗତିବିଧି ଉପରେ ବିଶେଷ ସୂଚନା ନାହିଁ। ସୀମାରେ ସ୍ଥିତି ସ୍ଥିର ଥିବା ସେ କହିଛନ୍ତି ।

ସେହିପରି ଅବଦୁଲ ରଉଫ ଅସଗର ଉପରେ ୟୁଏନରେ ଚୀନ ଭୂମିକା ଉପରେ  ପ୍ରଶ୍ନର ଜବାବରେ, ଏହି ଆବେଦନକୁ ଅଧ୍ୟୟନ କରିବା ପାଇଁ ଚୀନକୁ ସମୟର ଆବଶ୍ୟକତା ଥିବା ସେ କହିଛନ୍ତି। ଏହା ପରେ ପ୍ରକ୍ରିୟାର ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯିବ । ଚୀନ ଆତଙ୍କବାଦର କଡା ବିରୋଧ କରୁଛି। ଚୀନ ରାଷ୍ଟ୍ରଦୂତ କହିଛନ୍ତି, ଚୀନ ଭାରତୀୟ ଛାତ୍ରଙ୍କୁ ସ୍ୱାଗତ କରୁଛି। ଚୀନରେ ପାଠ ପଢା ଆରମ୍ଭ କରିବାକୁ ଥିବା ଭାରତୀୟ ଛାତ୍ରଙ୍କ ପ୍ରଥମ ବ୍ୟାଚ ନିକଟ ଭବିଷ୍ୟତରେ ବେଜିଂରେ ପହଞ୍ଚିବ। ଦୁଇ ଦେଶର ସମ୍ୱଦ୍ଧିତ ବିଭାଗ ମିଳିତ ଭାବେ ଏହା ଉପରେ କାମ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.