ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଗଣମାଧ୍ୟମ ସାମ୍ନାକୁ ଆସିଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ଆମ ଆଦମୀ ପାର୍ଟି ନେତା, ଜାଣନ୍ତୁ କହିଲେ କ’ଣ?

16/11/2022 at 6:21 PM

ସୁରଟ ୧୬।୧୧: ନିର୍ବାଚନକୁ ନେଇ ଗୁଜରାଟ ରାଜନୀତି କ୍ରମଶଃ ଉଷ୍ମ ହେବାରେ ଲାଗିଛି। ସୁରଟ (ପୂର୍ବ) ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଆମଆଦମୀ ପାର୍ଟି (ଆପ୍) ପ୍ରାର୍ଥୀ କଞ୍ଚନ ଜରିୱାଲା ବୁଧବାର ପୂର୍ବାହ୍ନରେ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି। ସେ ବିଜେପି ଚାପରେ ନିର୍ବାଚନରୁ ଓହରି ଯାଇଥିବା ଆପ୍ ଅଭିଯୋଗ କରିଛି। ତେବେ ଅପରାହ୍ନରେ ଜରିବାଲା ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାରର କାରଣ କହିଛନ୍ତି।

ପୂର୍ବାହ୍ନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କାଳରେ ଗଣମାଧ୍ୟମ ତାଙ୍କର ଜବାବ ଚାହିଁଥିଲେ। ତେବେ ସେ କିଛି ନ କହି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଥିଲେ। ସେହି ଅନୁସାରେ ସେ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରିଥିବା ବେଳେ କାହା ଚାପରେ ନୁହେଁ ବରଂ ସ୍ୱଇଚ୍ଛାରେ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା କହିଛନ୍ତି। ଏହା ପୂର୍ବରୁ ବିଜେପି ଉପରେ ଜରିବାଲାଙ୍କ ଅପହରଣ ଓ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଲାଗି ଚାପ ପକାଯିବା ନେଇ ଆପ୍ ଅଭିଯୋଗ କରିଥିଲା।

ତେବେ ସାମ୍ବାଦିକ ସମ୍ମିଳନୀରେ ଜରିବାଲା ନିଜ ପାର୍ଟି ବିରୋଧରେ କହିଛନ୍ତି। ସେ କହିଛନ୍ତି ଯେ ମୋ ସହିତ କିଛି ଫ୍ୟାମିଲି ମ୍ୟାଟର ହୋଇଯାଇଛି, ଏଣୁ ମୁଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛି। ଏଥିଲାଗି ବିଜେପି ମୋ ଉପରେ କୌଣସି ଚାପ ପକାଇ ନାହିଁ କି କାହା ଚାପରେ ଆସି ମୁଁ ମୋର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନାହିଁ ବୋଲି ସେ କହିଛନ୍ତି। ତେବେ ମୁଁ ଆମ ଆଦମୀ ପାର୍ଟିରେ ଅଛି କି ନା ଖୁବ୍ ଶୀଘ୍ର ମୁଁ ମୋର ପକ୍ଷ ସ୍ପଷ୍ଟ କରିବି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ ଆପ ଅଧ୍ୟକ୍ଷ ଗୋପାଲ ଇଟାଲିୟା ପୂର୍ବାହ୍ନରେ ତାଙ୍କ ଦଳର ସୁରଟ(ପୂର୍ବ) ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ବିଜେପି ଗୁଣ୍ଡାମାନେ ଚାପ ପକାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଇଥିବା ଅଭିଯୋଗ କରିଥିଲେ। ଏପରିକି ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି କଡା ପୋଲିସ ସୁରକ୍ଷା ବଳୟରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ ହେଁ ବିଜେପି ଗୁଣ୍ଡାମାନେ ତାଙ୍କୁ ଘେରି ରହିଥିବା ସେ ଅଭିଯୋଗ କରିଥିଲେ। ଏହି ଆଧାରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ପୂର୍ବାହ୍ନରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରିବା ସହ ଇସିଆଇଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।   

   Related Posts