ଭୂକମ୍ପରେ ଥରିଲା ପାପୁଆ ନ୍ୟୁ ଗିନି, ରିକ୍ଟର ସ୍କେଲ୍‌ର ତୀବ୍ରତା ୬.୨

Published By : Prameya-News7 Bureau | September 05, 2024 IST

ନୂଆଦିଲ୍ଲୀ ୦୫।୦୯: ଭୂକମ୍ପରେ ଥରିଲା ପାପୁଆ । ପାପୁଆ ନ୍ୟୁ ଗିନିର ଉପକୂଳବର୍ତ୍ତୀ ସହର ଗୁଡ଼ିକରେ ଏହି ଭୂକମ୍ପ ଘଟିଥିଲା,। ଯାହା ରିକ୍ଟର ସ୍କେଲରେ ତୀବ୍ରତା ୬.୨ ଥିଲା। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ ଏହି ଭୂକମ୍ପକୁ ନିଶ୍ଚିତ କରି କହିଛି ଯେ ସେପ୍ଟେମ୍ବର ୫ ତାରିଖ ଗୁରୁବାର ସକାଳେ ପାପୁଆ ନ୍ୟୁ ଗିନିର ୱୋକୋ ଦ୍ୱୀପ ନିକଟ ବିସ୍ମାର୍କ ସାଗରରେ ଏହି ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ତଳେ ୧୦ କିଲୋମିଟର ଗଭୀରରେ ଥିଲା। ଏହି ଭୂକମ୍ପ ଯୋଗୁଁ କୌଣସି ଜନ ଜୀବନ କ୍ଷତି ହୋଇ ନଥିଲା।  କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରକୁ ଆସି ଯାଇଥିଲେ। 


ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଅନୁଯାୟୀ, ପାପୁଆ ନ୍ୟୁ ଗିନିର ୱେୱାକର ୭୬ କିଲୋମିଟର ଉତ୍ତର-ପୂର୍ବରେ ଏହି ଭୂକମ୍ପ ଘଟିଛି। ଏହି କେନ୍ଦ୍ର ୧୦ କିଲୋମିଟର ଗଭୀରରେ ମିଳିଥିଲା। ଏହି ଅଞ୍ଚଳରେ ଭୂକମ୍ପ ଘଟିଛି। ଏହି ତୀବ୍ରତାର ଭୂକମ୍ପ ଆର୍ଥିକ କ୍ଷତି ଘଟାଇବାର ସମ୍ଭାବନା ନଥିଲା, କିନ୍ତୁ ୬ରୁ ଅଧିକ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ବଡ ଚେତାବନୀ ଅଟେ। ତେଣୁ ସତର୍କତା ଅବଲମ୍ବନ କରିବା ସହ ଭୂକମ୍ପର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଶର ସରକାର ତଥା ଲୋକଙ୍କୁ ସଚେତନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.