ତୁର୍କୀ ପରେ ନ୍ୟୁୟର୍କରେ ବି ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮
6/02/2023 at 7:57 PM

ନୂଆଦିଲ୍ଲୀ, ୦୬/୦୨: ନ୍ୟୁୟର୍କରେ ଭୂମିକମ୍ପ। ସୋମବାର ନ୍ୟୁୟର୍କ ବଫାଲୋରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ରିପୋର୍ଟ ଅନୁଯାୟୀ ଏହି ଭୂମିକମ୍ପ ଭାରତୀୟ ସମୟରେ ଅନୁଯାୟୀ ସନ୍ଧ୍ୟା ୪ ଟା ୪୫ ମିନିଟ୍ ସମୟରେ ହୋଇଛି। ଏହାର ତୀବ୍ରତା ୩.୮ ରେକର୍ଡ ହୋଇଛି। ତେବେ କ୍ଷୟକ୍ଷତିର ସୂଚନା ମିଳିନାହିଁ।
ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଭୂମିକମ୍ପ ନେଇ ସୁନିଶ୍ଚିତ କରଛି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ସେନେକା ରହିଛି ଏବଂ ଏହାର ଗଭୀରତା ୩ କିମି ରହିଛି। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଅଧିକାରୀ।
ସୂଚନାଥାଉ, ସୋମବାର ଭୟଙ୍କର ଭୂମିକମ୍ପରେ ଥରି ଉଠିଛି ପୁରା ତୁର୍କୀ ସମେତ ସିରିୟା ଦେଶ। ଖାଲି ସେତିକି ନୁହେଁ ଏହି ଭୟଙ୍କର ଭୂମିକମ୍ପରେ ହଜାର ହଜାର ଲୋକଙ୍କ ପ୍ରାଣ ମଧ୍ୟଯାଇଛି। ସେହିପରି ହଜାର ହଜାର ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି। ଏଠାରେ ୭.୮ ତୀବ୍ରତାର ପ୍ରଥମ ଭୂମିକମ୍ପ ଝଟକା ଏବଂ ୭.୬ ତୀବ୍ରତା ଭୟଙ୍କର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଆଉ ପୁଣି ଥରେ ତୃତୀୟ ଥର ୬ ତୀବ୍ରତା ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।