ଚୀନ୍‌ରେ ଭୀଷଣ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୭.୨, ଦିଲ୍ଲୀରେ ବି ଝଟକା

Published By : Prameya-News7 Bureau | January 23, 2024 IST

ନୂଆଦିଲ୍ଲୀ: ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ସୋମବାର ବିଲମ୍ବିତ ରାତିରେ ଏହି ଝଟକା ଲାଗିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ୭.୨ ରେକର୍ଡ କରାଯାଇଛି । ଏହି ଭକମ୍ପ ଝଟକା ରାଜଧାନୀ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳି ନେପାଳ-ଚୀନ ସୀମାନ୍ତ ଅଞ୍ଚଳ ବୋଲି କୁହାଯାଇଛି । ଭୂମିକମ୍ପରେ ଏତେ ଭୀଷଣ ଝଟକା ଲାଗିଥିଲା ଭୟରେ ଲୋକେ ଘରୁ ବାହାରି ଆସିଥିଲେ ।

wp:html /wp:html

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ଚୀନର ଦକ୍ଷିଣୀ ଝଞ୍ଜିୟାଙ୍ଗ ସହର ଭୂମିକମ୍ପ ଝଟକା ଲିଗଛି ।  ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୮୦ କିଲୋମିଟର ଗଭୀରତାରେ ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି । ଚୀନ ସରକାରୀ ନ୍ୟୁଜ ଏଜେନ୍ସି ଶିହ୍ନୁଆର ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତି ଏବଂ ମଙ୍ଗଳବାର ଭୋରରୁ ପଶ୍ଚିମ ଶନାଜିୟାଙ୍ଗ କ୍ଷେତ୍ରରେ ୭.୧ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଥିଲା । ସ୍ଥାନୀୟ ସମୟ ଅନୁଯାୟୀ ରାତି ପ୍ରାୟ ୨ଟା ପରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହା ପରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି ।

ରିପୋର୍ଟ ମୁତାବକ, ଭୂମିକମ୍ପ ଝଟକା ପରେ କାର୍ଗିସ୍ତାନ-ଝିଞ୍ଜିୟାଙ୍ଗ ବୋର୍ଡର ଅଞ୍ଚଳରେ ଅଧିକାଂଶ ଘର ଭାଙ୍ଗିଥିବାର ସୂଚନା ମିଳିଛି । ଏଥିରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି । ଭୂକମ୍ପ ପରେ  ଶିନାଜିୟାଙ୍ଗ ରେଳ ବିଭାଗ ୨୭ଟି ଟ୍ରେନ ଚଳାଚଳକୁ ତୁରନ୍ତ ରଦ୍ଦ କରିଥିଲା । ଆମେରିକ ଭୂବିଜ୍ଞାନୀଙ୍କ ସର୍ଭେ ଅନୁଯାୟୀ, ଭୂମିକମ୍ପ ଝଟକା ତିୟାନ ଶାନ ମାଉଣ୍ଟନ ରେଞ୍ଜରେ ଲାଗିଛି । ୧୯୭୮ରେ ଏହି କ୍ଷେତ୍ରରେ ଭୀଷଣ ଭୂମିକମ୍ପ ଆସିଥିଲା । ଏହାପରେ ଏହା ସବୁଠାରୁ ବଡ଼ ଭୂମିକମ୍ପ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.