Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସ୍କେଲରେ ତିବ୍ରତା ୬.୭ ରେକର୍ଡ

23/02/2023 at 8:12 AM

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆ ପରେ ଏବେ ଦୋହଲିଲା ଆଫଗାନିସ୍ତାନ । ଫୈଜାବାଦରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୮ ରେକର୍ଡ କରାଯାଇଛି । ଚିନର କିଛି ଅଂଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକ ।

ଗୁରୁବାର ସକାଳ ପ୍ରାୟ ୬ଟା ୦୭ ମିନିଟ୍ ଭୂମିକମ୍ପ ଝଟକା ଲାଗିଛି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ରିପୋର୍ଟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳି ଫୈଜାବାଦ ଠାରୁ ୨୬୫ କିଲୋମିଟର ଦୂରରେ ରହିଛି । ୟୁନାଇଟେଡ୍ ଷ୍ଟେଟ୍ ଜିଓଲୋଜିକାଲ ସର୍ଭେ ଅନୁଯାୟୀ, ତାଜକିସ୍ତାନରେ ସକାଳ ୬ଟା ୦୭ ମିନିଟ୍ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୭ ରେକର୍ଡ କରାଯାଇଛି । ଚୀନର କିଛି ଅଂଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହି ଶକ୍ତିଶାଳୀ ଭୂକମ୍ପରେ ଏପର୍ଯ୍ୟନ୍ତ କ୍ଷୟକ୍ଷତିର ସଠିକ୍ ସୂଚନା ମିଳିନାହିଁ ।

ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହେବା ସମୟରେ ଦିଲ୍ଲୀ-ଏନସିଆରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେହିପରି ବୁଧବାର ନେପାଳ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୪ ରେକର୍ଡ କରାଯାଇଥିଲା ।   ନେପାଳ ରାଜଧାନୀ କାଠମାଣ୍ଡୁ ଠାରୁ ୬୯ କିମି ଦୂର ଜୁମଲାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳି ରହିଥିଲା ବୋଲି ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଦିନ ୧.୩୦ ମିନିଟ୍‌ରେ ହୋଇଥିବା ଏହି ଭୂମିକମ୍ପର ୧୦ କିମି ଗଭୀରରେ ସଂଗଠିତ ହୋଇଥିଲା। ଗତ କିଛି ମାସ ହେବ ନେପାଳରେ ଭୂମିକମ୍ପ ଜାରି ରହିଛି। ଏହା ପୂର୍ବରୁ ଜାନୁଆରୀ ୨୪ ତାରିଖରେ ଦେଶରେ ୫.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା।

ଅନ୍ୟପଟେ ତୁର୍କି ଓ ସିରିଆ ଭୟଙ୍କର ଭୂମିକମ୍ପରେ ପ୍ରାୟ ୪୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଏଥିରେ ୨ ଲକ୍ଷ ୬୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲକ୍ଷାଧିକ କୋଠାଘର ଭୁଶୁଡ଼ି ପଡ଼ିଛି। ତୁର୍କୀରେ ଭୂମିକମ୍ପର ଏଭଳି ତାଣ୍ଡବ ଦେଖିବା ପରେ ଭାରତରେ ବି ଭୂମିକମ୍ପ ଭୟ ଦେଖାଯାଇଛି।

   Related Posts