scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ; ରିକ୍ଟର ସ୍କେଲର ତିବ୍ରତା ୬.୦ ରେକର୍ଡ

11/08/2023 at 10:35 AM

Earthquake

ଟୋକିଓ: ଜାପାନରେ ଶକ୍ତିଶାଳୀ ଭୂମିକମ୍ପ । ୬.୦ ତିବ୍ରତାରେ ଥରି ଉଠିଲା ହୋକ୍କାଇଡୋ ସହର । ଶୁକ୍ରବାର ଭୋରୁ ଭୂକମ୍ପ ଝଟକା ଲାଗିଛି । ଜର୍ମାନୀ ରିସର୍ଚ୍ଚ ଫର୍ ଜିଓସାଇନ୍ସର ସୂଚନା ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ହୋକ୍କାଇଡୋ ଭୂପୃଷ୍ଠରୁ ୪୬ କିଲୋମିଟର ଗଭୀରତାରେ ରହିଛି ।

GFZ ଅନୁଯାୟୀ, ଶୁକ୍ରବାର ଭୋର ପ୍ରାୟ ୫ଟା ୪୪ମିନିଟରେ ହୋକ୍କାଇଡୋ ସହରର ଅଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା ଲଗିଥିଲା । ତେବେ ଭୂମିକମ୍ପ ପରେ ଲୋକେ ଭୟଭୀୟ ହୋଇଯାଇଛନ୍ତି । ଭୂକମ୍ପରେ କୌଣସି କ୍ଷୟକ୍ଷତି ସୂଚନା ଏଯାଏଁ ମିଳିନାହିଁ । ଜାପାନ ରିଙ୍ଗ୍ ଅଫ୍ ଫାୟାର ଜୋନରେ ରହିଥିବାରୁ ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମୀ ସତର୍କତା ଆଶଙ୍କା ଦେଖାଯାଇଛି ।  

ସେହିପରି ଗୁରୁବାର ତୁର୍କୀରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ୟୁରୋପୀୟ ଭୂମଧ୍ୟସାଗରୀୟ ଭୁକମ୍ପ ବିଜ୍ଞାନର ରିପୋର୍ଟ ଅନୁଯାୟୀ, ଏହାର ତିବ୍ରତା ୫.୨ ରେକର୍ଡ କରାଯାଇଛି । ତୁର୍କୀର ମାଲତ୍ୟା ପ୍ରାନ୍ତରୁ ୧୦ କିଲୋମିଟର ଦକ୍ଷିଣରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଛି । ଏନେଇ EMSC ନିଜ ଟ୍ବିଟର ହ୍ୟାଣ୍ଡଲରେ ସୂଚନା ଦେଇଛି ।

   Related Posts