ଭୂମିକମ୍ପ ଝଟ୍‌କାରେ ଥରିଲା ଇଣ୍ଡୋନେସିଆ

Published By : Prameya-News7 Bureau | April 13, 2023 IST

ଜକାର୍ତ୍ତା: ଭୂମିକମ୍ପ ଝଟ୍‌କାରେ ଥରିଲା ଇଣ୍ଡୋନେସିଆ। ଗୁରୁବାର ତାନିମ୍ବାର ଦ୍ୱୀପରେ ୪.୯ ତୀବ୍ରତାର ଭୂମିକମ୍ପ ହୋଇଥିବା ଆମେରିକା ଭୂବିଜ୍ଞାନ ସର୍ଭେକ୍ଷଣ ସଂସ୍ଥା(ୟୁଏସ୍‌ଜିଏସ୍‌) ସୂଚନା ଦେଇଛି। ୟୁଏସ୍‌ଜିଏସ୍‌ର ସୂଚନା ଅନୁସାରେ, ୪.୩୭ଟା ବେଳେ ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ୭୦.୨ କିମି ରହିଥିଲା।

ଏହି ଭୂମିକମ୍ପରେ କୌଣସି ମୃତାହତ ହୋଇ ନାହିଁ କିମ୍ବା ସମ୍ପତ୍ତି ନଷ୍ଟ ହେବା ନେଇ କୌଣସି ଖବର ମିଳି ନାହିଁ। ସେହିପରି ସୁନାମୀ ନେଇ ମଧ୍ୟ କୌଣସି ଚେତାବନୀ ନାହିଁ। ତୁର୍କୀ-ସିରିଆରେ ଭୟଙ୍କର ଭୂମିକମ୍ପର ତାଣ୍ଡବ ଦେଖିବା ପରେ ବିଶ୍ୱର ବିଭିନ୍ନ ସ୍ଥାନରେ ଛୋଟବଡ଼ ଭୂମିକମ୍ପ ଜାରି ରହିଛି। ଭାରତରେ ମଧ୍ୟ ଲଗାତର ଭୂମିକମ୍ପ ହେଉଛି। ହିମାଳୟ ପାଦଦେଶ ଅଞ୍ଚଳଗୁଡ଼ିକରେ ଭୟଙ୍କର ଭୂମିକମ୍ପ ହେବାର ଆଶଙ୍କା ମଧ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.