Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ନିକୋବର ଦ୍ୱୀପରେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ

6/03/2023 at 7:41 AM

ନୂଆଦିଲ୍ଲୀ: ମଝିରେ ମଝିରେ ଭାରତରେ ମୃଦୁ ଭୂମିକମ୍ପର ଧାରା ଜାରି ରହିଛି। ସୋମବାର ନିକୋବର ଦ୍ୱୀପରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ୫.୦ ତୀବ୍ର ଝଟ୍‌କାରେ ଥରିଛି ଦ୍ୱୀପାଞ୍ଚଳ। ମାର୍ଚ ୬ ତାରିଖ ସକାଳ ୫ଟା ବେଳେ ଏହି ଭୂମିକମ୍ପ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଭୂ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଭୂମିକମ୍ପର ଗଭୀରତା ୧୦ କିମି ଭିତରେ ହୋଇଛି। ଟ୍ୱିଟ୍ କରି ଭୂ ବିଜ୍ଞାନ କେନ୍ଦ୍ର ଲେଖିଛି “ ନିକୋବର ଦ୍ୱୀପାଞ୍ଚଳରେ ୫.୦ ତୀବ୍ରତାର ଭୂମିକମ୍ପ ୦୬.୦୩.୨୦୨୩ ସକାଳ ୫:୦୭: ୧୭ରେ ହୋଇଛି। ଏହାର ଗଭୀରତା ୧୦ କିମି ରହିଛି।”

ଏହା ପୂର୍ବରୁ ଚଳିତ ବର୍ଷ ଆଣ୍ଡାମାନ ଦ୍ୱୀପରେ ୪.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପର ଗଭୀରତା ୭୭ କିମି ରହିଥିଲା ବୋଲି ଭାରତୀୟ ଭୂ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା।  

ଗତବର୍ଷ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ୨୪ ଘଣ୍ଟାରେ ଭିତରେ ୨୨ଟି ଭୂମିକମ୍ପ ହୋଇଥିଲା। ଏଥିରେ ୩.୮ ତୀବ୍ରତାରୁ ଆରମ୍ଭ କରି ସର୍ବୋଚ୍ଚ ଝଟକା ୫.୦ ତୀବ୍ରତାର ଲାଗିଥିଲା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

ଗତକାଲି ଓଡିଶାର କୋରାପୁଟରେ ମଦ୍ୟ ସମାନ ୫.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା। କୋରାପୁଟ ଜିଲ୍ଲାର ୪ଟି ସ୍ଥାନରେ ଅନୁଭୂତ ହୋଇଥିଲା। କାକରିଗୁମା , ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡ଼ାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବ ସୂଚନା । ସକାଳ ୫.୦୫ ରେ ଦୁଇ ସେକେଣ୍ଡ ପାଇଁ କମ୍ପନ ଅନୁଭୁତ ହୋଇଥିଲା।

ସେହିପରି ଶନିବାର ସକାଳ ୫ଟା ୫ ମିନିଟରେ କୋରାପୁଟ ସମେତ ରାୟଗଡ଼ାର କିଛି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୩.୮ । କୋରାପୁଟର ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡ଼ାରେ ମୃଦୁ କମ୍ପନ ଅନୁଭୂତ ହୋଇଥିବ ସୂଚନା । ଭୂମିକମ୍ପ ପରେ ଲୋକ ଘରୁ ବାହାରକୁ ଚାଲିଆସିଥିଲେ। ତେବେ ଏବେ ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।

   Related Posts